Creat A Revolution
ଖୋର୍ଦ୍ଧା -: ବୋଲଗଡ଼ ବ୍ଲକର BKSS ଉପସଭାପତି ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି। କଳାକାର ପ୍ରମାଣପତ୍ର ସହିତ ଭତ୍ତା କରାଇ ଦେବାକୁ କହି ଅଣକଳାକାରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ କରିଛନ୍ତି ଲୋକେ। ଏ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରକୃତ ହିତାଧିକାରୀ। ସୂଚନା ମୁତାବକ, ବୋଲଗଡ଼ ବ୍ଲକର BKSS ଉପସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ୨୦୧୧ ମସିହାରୁ ଏଠାରେ ରହିଛନ୍ତି। ଇତି ମଧ୍ୟରେ ନିର୍ବାଚନ ହୋଇନଥିବାରୁ ସେ ଏଠାରେ ନିଜ ମନମୁଖୀ ଶାସନ ଚଳାଇଛନ୍ତି। ଏଥିସହ ସେ ଅଣକଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ କରୁଥିବା ନେଇ ଅଭିଯୋଗ ହୋଇଛି।
Discover more from odia.bnslive.in
Subscribe to get the latest posts sent to your email.