ବିଦ୍ୟାଧର ମଲ୍ଲିକ
ଅତି ଶାନ୍ତ,ଶିଷ୍ଟ ମୋ ଗାଆଁ ଲୋକ
ନ ଜାଣନ୍ତି ଛନ୍ଦ, ମନ୍ଦ
ସ୍ୱଭାବେ ସରଳ ଅତ୍ୟନ୍ତ ନିର୍ମଳ
ଜିନ୍ଦଲ ଦେଖାଏ ଚାନ୍ଦ।
ଦେଇ ଚୋରାଳିଶ ଭରିଦେଲା ବିଷ
କରିଲାଣି କରାୟତ
ଜମି,ଭୂମି,ପାନ- ଵରଜ ନେଲାଣି
ନୁହନ୍ତି ବ୍ୟସ୍ତ ବିବ୍ରତ।
ବସିଖାଇଦେଲେ ଟଙ୍କା ସରିଯିବ
ଅନାହାରେ ଯିବେ ମରି
ଚାକିରୀ କିଏସେ କାହାକୁ ଦେଉଛି
ବଢ଼ି ଚାଲିଛି ବେକାରୀ।
ଯେତେ କାରଖାନା ଆଖପାଖେ ଆମ
ଦେଇ ନାହାନ୍ତି ନିଯୁକ୍ତି
ବୃଥାରେ କିମ୍ପାଇଁ କମ୍ପାନୀ କଥାରେ
ମିଛରେ ଯାଉଛ ମାତି।
ଭୀମ ବଳ କେତେ କୁନ୍ତୀ ଜାଣିଥିଲା
ଜିନ୍ଦଲ କଷିଛି ବଳ
ଢ଼ିଙ୍କିଆ ଉପରେ ଢ଼ିଙ୍କି ପ୍ରହାରିଲା
ଆମ୍ଭେ ହୋଇଲେ ଦୁର୍ବଳ।
ପିଣ୍ଡାରେ ବସିଛି ଘରେ ପଶିଯିବ
ଜଗ,ଜଗ ଧରି ବାଡ଼ି
ଜଗି ନ ପାରିଲେ ଯାଜ୍ଞସେନୀ ପ୍ରାୟ
ଲଙ୍ଗଳା କରିବେ ଫାଡ଼ି।
ପୋସ୍କୋ ନେଇଥିଲା ପାନବର୍ଜ ମାପି
ଗଛ,ଡାଳ, ମୂଳ ଗଣି
ଜିନ୍ଦଲ ମାପୁଛି ଗୂନିଆ ପକାଇ
ଟୋପେ ନ ଗଳଇ ପାଣି।
କାମ କରୁଅଛି ଆମ ଇଲାକାରେ
ଚାହିଁଛେ ଚାତକ ପରି
ଦୂର,ଵିଦେଶରୁ ଟଙ୍କା ନେଉଛନ୍ତି
କିଏ କେତେ କାମ କରି।
Protection ପାଇଁ ଲକ୍ଷ ଲକ୍ଷ ଟଙ୍କା
ଗଣୁଥିଲେ ଶିଳ୍ପପତି
ଫଟା ପାହୁଲାଟି ଖରଚ କରୁନି
କାମରେ ଯାଇଛି ମାତି।
ଏବେ ଯେବେ ନାହିଁ କେବେ ତେବେ ନାହିଁ
ମାଗଣାରେ ମାରି ନେବ
ପ୍ରତିବାଦ କର ମିଳିମିଶି ଭାଇ
କାଳେ କିଛି ଦେଇ ଦେବ।
ପୂର୍ବତନ ସରପଂଚ, ନୂଆଗାଁ, ଗ୍ରାମ ପଞ୍ଚାୟତ, କୁଜଙ୍ଗ, ଜଗତସିଂହପୁର
Discover more from odia.bnslive.in
Subscribe to get the latest posts sent to your email.