ଅନଲାଇନରେ ମୋବାଇଲ କିଣୁଥିଲେ ସାବଧାନ, ଶସ୍ତାରୁ ହୀନସ୍ତା ହେଲେ ଏହି ଯୁବତୀ

Creat A Revolution
           

ଭୁବନେଶ୍ବର -:

 ଅନ୍‌ଲାଇନ୍‌ରେ ମୋବାଇଲ୍ କିଣିବାକୁ ଯାଇ ଯୁବତୀ ହରାଇଲେ ୧୧ହଜାର ଟଙ୍କା । ସାଇବର ଠକେଇର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଉଛନ୍ତି ବାଣୀବିହାର ଅଞ୍ଚଳର। ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ଯୁବତୀଜଣଙ୍କ ବେନାମୀ ୱେବ୍‌ସାଇଟ୍‌ରେ ଏକ ବିଜ୍ଞାପନ ଦେଖିଥିଲେ। ୫ଶହ ଟଙ୍କା ଦେଇ ନାଁ ପଞ୍ଜିକରଣ କଲେ ଦାମୀ ମୋବାଇଲ୍ ମିଳିବ ବୋଲି ସେଥିରେ ଉଲ୍ଲେଖ ଥିଲା। ଯାହା ଯୁବତୀଜଣଙ୍କ ମନକୁ ପାଇଥିଲା।

ଯାହାଫଳରେ ସେଥିରେ ଥିବା ନମ୍ବରକୁ ଯୁବତୀ ଯୋଗାଯୋଗ କରିଥିଲେ।ଯୋଗାଯୋଗ କରିବା ପରେ ସାଇବର ଠକ ତାଙ୍କୁ ମୋବାଇଲ୍ ପାଇବା ପାଇଁ ହେଲେ ପ୍ରଥମେ ୫ଶହ ଦେଇ ପଞ୍ଜିକରଣ କରିବାକୁ ପଡିବ ବୋଲି କହିଥିଲା। ଠକର କଥା ଶୁଣି ଯୁବତୀ ଉକ୍ତ ସାଇଟ୍‌ରେ ନିଜ ନାମ ମଧ୍ଯ ପଞ୍ଜିକରଣ କରିଥିଲେ। ପରେ ସାଇବର ଠକ ତାଙ୍କୁ ୧୫୦୦ ଟଙ୍କା ମାଗିଥିଲା। ୧୫୦୦ ଟଙ୍କା ଦେବା ପରେ ମଧ୍ୟ ଯୁବତୀ ମୋବାଇଲ୍ ପାଇ ନଥିଲେ।ପରେ ଠକ ମୋବାଇଲ୍ ପାଇଁ ପୁଣି ମାଗିଥିଲା ୫ହଜାର ଟଙ୍କା । ଏମିତି ଭାବେ ଚାଲାଖି କରି ପର୍ଯ୍ୟାୟକ୍ରମେ ପ୍ରାୟ ସାଢ଼େ ୧୧ହଜାର ନେବା ପରେ ଯୁବତୀଜଣଙ୍କ ଠକେଇର ଶିକାର ହୋଇଥିବା କଥା ଜାଣିବାକୁ ପାଇଥିଲେ। ଯାହାଫଳରେ ଗତକାଲି ଏନେଇ ଯୁବତୀ ଭୁବନେଶ୍ବର ସାଇବର୍‌ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading