ଯାଜପୁର -:
ସେମାନଙ୍କ ନିକଟରୁ ସିସିଟିଭି କ୍ୟାମେରା,ପାଣି ମୋଟର,୧୪୨ ଗ୍ରାମର ସୁନା ଅଳଙ୍କାର, ୩୨୧ଗ୍ରାମର ରୁପା ଅଳଙ୍କାର,ନଗଦ ୧୨ ହଜାର ଟଙ୍କା ,ଲୁଗା,ନକଲି ମୋବାଇଲ ଫୋନ୍ ସମେତ ବହୁ ମୂଲ୍ୟବାନ ଜିନିଷ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଘର ସ୍ଥାନୀୟ ଲଳିତେଶ୍ୱର , ଶୀତଳେଶ୍ୱର, ଅକରପଡା, କପାସି ଅଞ୍ଚଳର ବୋଲି ଜଣାପଡିଛି। ୭ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୮୦ ଓ ୪୫୭ ଅନୁଯାୟୀ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି। ଯାଜପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ । ଯାଜପୁର ଟାଉନ ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏହି ସବୁ ଜିନିଷ ଜବତ କରାଯାଇଛି।
Discover more from odia.bnslive.in
Subscribe to get the latest posts sent to your email.