ଟଙ୍କା ନଦେବାରୁ ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାବାଳକ ପୁଅ

Creat A Revolution
           

ନୟାକୋଟ -: ପୁଅ ବୁଝି ପାରିଲାନି ମମତାର ମୂଲ୍ୟ। ଡ୍ରେସ କିଣିବା ପାଇଁ ଟଙ୍କା ନ ମିଳିବାରୁ ମା’ଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି ପୁଅ । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ଉପରବରଡ଼ା ଗାଁରେ। ପୁଲିସ କହିବା ଅନୁସାରେ ଉପରବରଡ଼ା ଗାଁର ମଙ୍ଗୁଳି ସାଆନ୍ତଙ୍କ ୧୦ ବର୍ଷର ପୁଅ ଶୁକ୍ରବାର ସନ୍ଧ୍ୟାରେ ମା’ଙ୍କୁ କହିଥିଲା ଯେ, ରଜରେ ସମସ୍ତେ ନୂଆ ଡ୍ରେସ ପିନ୍ଧିଛନ୍ତି। ମୋ ପାଇଁ ମଧ୍ୟ ନୂଆ ଡ୍ରେସ୍‌ ଦରକାର।

ଏଥି ପାଇଁ ସେ ମା’ଙ୍କୁ ଟଙ୍କା ମାଗିଥିଲା। କିନ୍ତୁ ମଙ୍ଗୁଳି ସାଆନ୍ତ ଗରିବ ଶ୍ରେଣୀର ହୋଇଥିବା ତାଙ୍କ ପାଖରେ ପୁଅର ଡ୍ରେସ୍‌ କିଣିବା ପାଇଁ ଟଙ୍କା ନଥିଲା। ତେଣୁ ସେ ପୁଅକୁ ଟଙ୍କା ଦେଇ ପାରି ନଥିଲା। ମା’ ଯେତେଯାହା ବୁଝାଇଲା ପରେ ମଧ୍ୟ ନାବାଳକ ପୁଅ କିଛି ଶୁଣି ନଥିଲା। ବରଂ ମା’ଙ୍କ ସହିତ ଯୁକ୍ତିତର୍କ କରିଥିଲା। ଶେଷରେ ଉତ୍ତେଜିତ ହୋଇ ଘର ଭିତରୁ ଏକ ଟାଙ୍ଗିଆ ଆଣି ମା’ଙ୍କ ଉପରେ ଚୋଟ ପରେ ଚୋଟ ପକାଇ ଚାଲିଥିଲା। ମା’ଙ୍କୁ ହତ୍ୟା କରିସାରିବା ପରେ ପୁଅ ଗାଁରେ ଯାଇ ଅନ୍ୟମାନଙ୍କୁ ଏବାବଦରେ ଖବର ଦେଇଥିଲା। ଗାଁ ଲୋକ ନୟାକୋଟ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇଁ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖି ପଚାରାଉଚାରା କରୁଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading