ମା’ଙ୍କ ଜନ୍ମ ଦିନରେ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆସନ୍ତୁ ଜାଣିବା ହିରାବେନ୍ ମୋଦିଙ୍କ ସଂର୍ଘଷମୟ ଜୀବନ

Creat A Revolution
           
No, This Is Not A Childhood Photo Of Narendra Modi With His Mother

ଗାନ୍ଧିନଗର -:

 ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍‌ ୧୦୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ମାଆଙ୍କୁ ଭେଟିବାକୁ ଗାନ୍ଧୀନଗରରେ ପହଞ୍ଚିଛନ୍ତି ମୋଦୀ। ସେ ତାଙ୍କ ମାଆଙ୍କ ଉପରେ ଏକ ସ୍ବତନ୍ତ୍ର ପୋଷ୍ଟ୍‌ ଲେଖି ପିଲାଦିନର କିଛି ସ୍ମୃତିକୁ ବି ମନେ ପକାଇଛନ୍ତି । ସେ ଏକ ଭାବପ୍ରବଣ ବ୍ଲଗ୍‌ କରି ଲେଖିଛନ୍ତି, ‘ମୋ ମାଆ, ହୀରାବା ଆଜି ଜୁନ୍‌ ୧୮ରେ ୧୦୦ ବର୍ଷ ବୟସରେ ପାଦ ଦେଇଛନ୍ତି। ବାପା ଆଜି ବଞ୍ଚିଥିଲେ ସେ ମଧ୍ୟ ଗତ ସପ୍ତାହରେ ତାଙ୍କୁ ୧୦୦ ବର୍ଷ ପୂରିଯାଇଥାନ୍ତା।

PM Narendra Modi's mother taken to hospital with chest pain; discharged -  The Economic Times

୨୦୨୨ ଏକ ଏପରି ବର୍ଷ ଯେଉଁ ବର୍ଷରେ ମୋ ମାଆଙ୍କ ଜନ୍ମର ଶତାବ୍ଦୀ ବର୍ଷ ଆରମ୍ଭ ହେଉଛି ଓ ମୋ ବାପାଙ୍କର ଶତାବ୍ଦୀ ବର୍ଷ ପୂରିଯାଉଛି। ମୋ ମାଆଙ୍କ ଜନ୍ମ ମେହେଶାଣା ଜିଲ୍ଲାର ବିସନଗରରେ‌ ହୋଇଥିଲା। ବଡ଼ନଗରଠାରୁ ଏହା ବେଶି ଦୂର ନୁହେଁ। ମୋ ମାଆକୁ ନିଜ ମାଆ ଅର୍ଥାତ ମୋ ଆଈଙ୍କ ସ୍ନେହ ମିଳିପାରିନଥିଲା। ୧୦୦ ବର୍ଷ ତଳେ ଆସିଥିବା ମହାମାରୀରେ ମୋ ଆଈ ଚାଲି ଯାଇଥିଲେ। ମାଆଙ୍କୁ ସେତେବେଳେ କିଛି ଦିନ ମାତ୍ର ହୋଇଥିବ। ତାଙ୍କୁ ତାଙ୍କ ମାଆଙ୍କ କୋଳ, ମାଆଙ୍କ ଚେହେରା କିଛି ବି ମନେ ନାହିଁ। ଥରେ ଭାବନ୍ତୁ ମୋ ମାଆଙ୍କ ପିଲାଦିନ ତାଙ୍କ ମାଆଙ୍କ ବିନା କଟିଛି। ସେ ତାଙ୍କ ମାଆଙ୍କ ପଣତରେ ମୁଣ୍ଡ ରଖିନାହାନ୍ତି, ମାଆଙ୍କ ଆଗରେ ଜିଦି କରିପାରିନାହାନ୍ତି। ମୋ ମାଆ ସ୍କୁଲ୍‌ର ଦୁଆର ମୁହଁ ବି ଦେଖିନାହାନ୍ତି।

Narendra Modi to seek mother's blessing tomorrow | India News – India TV

ସେ କେବଳ ଦାରିଦ୍ରତା ଦେଖିଛନ୍ତି। ପିଲାଦିନର ସଂଘର୍ଷ ହିଁ ତାଙ୍କୁ ମଜବୁତ କରି ଦେଇଥିଲା। ତାଙ୍କ ଘରେ ଥିଲେ ସ ବଡ଼ ଝିଅ, ବିବାହ ପରେ ହେଲେ ବଡ଼ ବୋହୂ। ଘରେ ଯେପରି ସମସ୍ତ ଦାୟିତ୍ବ ମାଆଙ୍କ ମୁଣ୍ଡରେ ଥିଲା, ଶାଶୂ ଘରେ ବି ସେହି ସମାନ କଥା ଘଟିଲା। ବଡ଼ନଗରର ଯେଉଁ ଘରେ ଆମେ ରହୁଥିଲୁ ତାହା ଖୁବ୍ ଛୋଟ ଥିଲା। ସେହି ଘରେ କୌଣସି କବାଟ, ଗାଧୁଆଘର ଓ ପାଇଖାନା ନଥିଲା। ଏକ ମାଟି ଘରେ ବାପାମାଆଙ୍କ ସହ ଆମେ ଭାଇଭଉଣୀ ରହୁଥିଲୁ। ଘର ଚଳାଇବା ପାଇଁ ବାପା ଉପାର୍ଜନ କରୁଥିବା ଟଙ୍କା ଯଥେଷ୍ଟ ହେଉନଥିବାରୁ ମାଆ ପର ଘରେ ଯାଇ ବାସନ ବି ମାଜୁଥିଲେ।’


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading