ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଜୀବନରୁ ମାରିଦେବାକୁ ଧମକ, ଦେଖନ୍ତୁ ଭିଡିଓ

Creat A Revolution
           

ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳର ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ପୁଣି ଜୀବନରୁ ମାରିଦେବାକୁ ଧମକ ମିଳିଛି। କେହି ଜଣେ ବ୍ୟକ୍ତି ତାଙ୍କୁ ଫୋନ୍‌ କରି କହିଛନ୍ତି ଯେ ‘ମୁଁ ଇକବାଲ୍‌ କାସ୍‌କରର ଲୋକ କହୁଛି। ବହୁତ ଜଲ୍‌ଦି ତୁମର ହତ୍ୟା ହେବାକୁ ଯାଉଛି। ଏଥିପାଇଁ ଫୋନ୍‌ରେ କହିଦେଲି’। ଏ ନେଇ ପୋଲିସ ଅଭିଯୋଗ ପଞ୍ଜୀକରଣ କରି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ବିଜେପି ସାଂସଦ ଭୋପାଳର ଟିଟି ନଗର ଥାନାରେ ଏତଲା ଦେଇଛନ୍ତି।

ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ କେହି ଜଣେ ବ୍ୟକ୍ତି ତାଙ୍କୁ ଫୋନରେ ଧମକ ଦେଇଛି। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ଦାଉଦ୍‌ ଇବ୍ରାହିମ୍‌ର ଭାଇ ଇକବାଲ୍‌ କାସ୍‌କରର ଲୋକ ବୋଲି କହିଛି। ଏଥି ସହିତ ବ୍ୟକ୍ତି ଜଣକ ଆହୁରି ମଧ୍ୟ କହିଛି ଯେ ତୁମକୁ ହତ୍ୟା କରାଯିବ, ଏଥିପାଇଁ ଫୋନ କରି କହିଦେଲି। ତେବେ ଏ ସମସ୍ତ ବାର୍ତ୍ତାଳାପକୁ ସାଧ୍ୱୀଙ୍କ ସହ ଉପସ୍ଥିତ ଲୋକେ ଭିଡିଓ ରେକର୍ଡ କରି ନେଇଥିଲେ, ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଲିସ ଏହି ମାମଲାର ତଦନ୍ତ କରୁଛି। କହି ରଖୁଛୁ, ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ନୂପୁର ଶର୍ମା ଦେଇଥିବା ଆପତ୍ତିଜନକ ବୟାନକୁ ସାଧ୍ୱୀ ପ୍ରଜ୍ଞା ଠାକୁର ସମର୍ଥନ କରିଥିଲେ। ଏହି ମାମଲାରେ ସେ କହିଥିଲେ କି, ଭାରତ ହିନ୍ଦୁମାନଙ୍କ ରାଷ୍ଟ୍ର। ବିଧର୍ମୀମାନେ ସବୁବେଳେ ଏମିତି ହିଁ କରିଛନ୍ତି। ହିନ୍ଦୁ ଦେବଦେବୀଙ୍କ ଉପରେ ଫିଲ୍ମ କରି ଅପମାନ ଦେଉଥିବାର ଅଭିଯୋଗ ଆଣି ସାଧ୍ୱୀ କହିଥିଲେ ଯେ ଏଠାରେ ସନାତନ ବଞ୍ଚି ରହିବ ଏବଂ ତାକୁ ଜୀବିତ ରଖିବା ଆମର ଦାୟିତ୍ୱ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading