Creat A Revolution

ଭୁବନେଶ୍ବର -:
ଜାଣିବାକୁ ମିଳିଛି ଯେ ଭୁବନେଶ୍ବରରୁ ଗଞ୍ଜାମକୁ ଯାଉଥିବା ବେଳେ ବାବାମଣି ଓ ଦିଲ୍ଦାର ବସ୍ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା। ଦିଲ୍ବର୍ ବସ୍ କର୍ମଚାରୀଙ୍କ ଆକ୍ରମଣରେ ବାବାମଣି ବସ୍ କର୍ମଚାରୀ ଆହତ ହୋଇଛନ୍ତି। ଭରତପୁର ଥାନା ପୁଲିସ୍ ଦିଲ୍ବର୍ ବସ୍ର ୨ ଜଣ କର୍ମଚାରୀଙ୍କୁ ଅଟକ ରଖିଛି। ଏ ନେଇ ବସ ମାଲିକ ସଂଘର ସାଧାରଣ ସଂପାଦକ ବରଦା ପ୍ରସନ୍ନ ଆଚାର୍ଯ୍ୟ ନିଜର ମତ ରଖି କହିଛନ୍ତି ଯେ ‘ଭୁବନେଶ୍ବର ବସ୍ ମାଲିକ ସଂଘ କେବେ ବି ଅସାମାଜିକ କାର୍ଯ୍ୟ ଓ ଗଣ୍ଡଗୋଳକୁ ପ୍ରଶ୍ରୟ ଦେବ ନାହିଁ। ଯେଉଁମାନେ ଅସାମାଜିକ କାର୍ଯ୍ୟ କରିବେ ପୁଲିସ୍ ସେମାନଙ୍କୁ ଯାହା ଦଣ୍ଡ ଦେବ ସଂଘ ତାହାକୁ ସ୍ବୀକାର କରିବ ଓ ସମ୍ମାନ ଦେବ।’
Discover more from odia.bnslive.in
Subscribe to get the latest posts sent to your email.