Creat A Revolution
ନରସିଂହପୁର -:
ଆଜି ଆଉ ୨ ଜଣଙ୍କୁ ଅଟକ ରଖି ଜେରା କରାଯାଉଥିବା ଜଣାପଡ଼ିଛି। ଉକ୍ତ ଘଟଣାରେ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ନେଇ ଜେରା ସମୟରେ ବନ ବିଭାଗ ଜାଣିବାକୁ ପାଇଛି। ତେବେ ତଦନ୍ତରେ ବ୍ୟାଘାତ ହେବା ଆଶଙ୍କା ଥିବାରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଉ ନ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ନରସିଂହପୁର ବନାଞ୍ଚଳରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ନେଇ ବନ ବିଭାଗ ଅଡ଼ୁଆରେ ପଡ଼ିଛି। ଏବେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ବିଭାଗୀୟ ସ୍ଥାଣୁତାକୁ ସାଧାରଣରେ ଦାୟୀ କରାଯାଉଛି। ତେବେ ଏହି ଘଟଣାରୁ କେବେ ପର୍ଦ୍ଦା ହଟିବ ଏବଂ ପ୍ରକୃତ ଦୋଷୀ କେବେ ଧରା ପଡ଼ିବେ ତାହା ଦେଖିବାକୁ ବାକି ରହିଛି।
Discover more from odia.bnslive.in
Subscribe to get the latest posts sent to your email.