ନିଜ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ, ଗିରଫ କଲା ଭିଜିଲାନ୍ସ

Creat A Revolution
           

କଟକ -:

 ଗିରଫ ପରେ କୋର୍ଟ ଚାଲାଣ ହେଲେ ଜଳେଶ୍ବର ବିଡ଼ିଓ ଅଶ୍ବିନୀ ଦାସ। ନିଜ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି। ଆବଶ୍ୟକ ହେଲେ ତାଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ। ଅଶ୍ବିନୀ ଦାସଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜ୍ଜୁ କରାଯାଇଛି। କଟକ ସରକାରୀ ପ୍ରେସରେ ସେ ସିନିୟର ଆସିଷ୍ଟାଣ୍ଡ ଅଛନ୍ତି। ତାଙ୍କୁ ମଧ୍ୟ ଜେରା କରୁଛି ଭିଜିଲାନ୍ସ। ଭିଜିଲାନ୍ସ କଟକ ଡିଭିଜନ ଏସପି ଅକ୍ଷୟ ମିଶ୍ରଙ୍କ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ଅଶ୍ବିନୀ ଦାସଙ୍କର ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଆକଳନ। ସମ୍ପତ୍ତି ମଧ୍ୟରେ ରହିଛି ୨୪ ଟି ପ୍ଲଟ। ୭୩ ଲକ୍ଷ ୯୧ ହଜାର ଟଙ୍କାର ବ୍ୟାଙ୍କ ଇନ୍ସୁରାନ୍ସ ଜମା। ୧ କିଲୋ ସୁନା ଅଳଙ୍କାର, ୩ କେଜି ୬୩୨ ଗ୍ରାମ ରୁପା ଅଳଙ୍କାର। ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା ପାଇଛି ଭିଜିଲାନ୍ସ।ଜୁନିୟର ଆସିଷ୍ଟାଣ୍ଡରୁ ହୋଇଛନ୍ତି ଓଏଏସ ଅଫିସର।

Addl Civil Supplies Officer Arrested By Vigilance In DA Case | Odisha

୧୯୯୫ ମସିହାରେ ଏଗ୍ରିକଲଚର ବିଭାଗରେ ଜୁନିୟର ଆସିଷ୍ଟାଣ୍ଡ ଭାବେ ଯୋଗ ଦେଇଥିଲେ। ପୂର୍ବରୁ ତିନୋଟି ସ୍ଥାନରେ ସବ ରେଜିଷ୍ଟ୍ରର ଭାବେ କାର୍ଯ୍ୟ କରିଛନ୍ତି। ଜଟଣୀ ରେ ଥିଲେ ସବ ରେଜିଷ୍ଟ୍ରର। କେନ୍ଦ୍ରାପଡାରେ ବିଡ଼ିଓ ମଧ୍ୟ ଥିଲେ। ଦୁର୍ନୀତି କରି ସମସ୍ତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।ଚଢ଼ାଉରେ ସାମିଲ ହୋଇଥିଲେ ୫ ଜଣ ଡ଼ିଏସପି , ୯ ଜଣ ଇନିସ୍ପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ।କଟକ ବୟାଳିଶ ମୌଜା ଶ୍ରୀକ୍ରୀଷ୍ଣା ବିହାରରେ ୧ କୋଟି ୧୦ ଲକ୍ଷ ମୂଲ୍ୟର ଦୁଇ ମହଲା ଘର ଓ ବୟାଳିଶ ମୌଜା କଳପଡ଼ାରେ ୧ କୋଟି ୨୨ ଲକ୍ଷ ଟଙ୍କା ମୂଲ୍ୟର ତିନି ମହଲା ଘର ରହିଛି। ଜଳେଶ୍ବର ବିଡ଼ିଓ କାର୍ଯ୍ୟାଳୟ, ଜଳେଶ୍ବର ସରକାରୀ କ୍ୱାଟରରେ ମଧ୍ୟଭିଜିଲାନ୍ସ ଚଢ଼ାଉ କରିଥିଲା। ଖପୁରିଆ ସରକାରୀ ପ୍ରେସରେ ଅଶ୍ବିନୀ ଦାସଙ୍କ ପତ୍ନୀ ଜ୍ୟୋତ୍ରିମୟୀ ସାହୁଙ୍କ ଅଫିସରେ ମଧ୍ୟ ରେଡ଼ ହୋଇଥିଲା। କେନ୍ଦ୍ରାପଡା ଆଳି ଭୁଇଁପୁର ରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading