ଚେସ୍ ଅଲିମ୍ପିଆଡରେ ଓଡିଶାର ଅବଦାନ କିଛି କମ୍ ନାହିଁ । ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ପକ୍ଷରୁ ୧୦ ଜଣିଆ ଉଚ୍ଚସ୍ତରୀୟ ସମିତି ଗଠନ କରାଯାଇଛି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ଯୁତ ସାମନ୍ତଙ୍କୁ ସଦସ୍ଯ ଭାବେ ନିଆଯାଇଛି। ଗତ ୧୫ ବର୍ଷ ଧରି ଚେସର ବିକାଶ କ୍ଷେତ୍ରରେ କିଟ୍ ଓ କିସର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ସାମନ୍ତଙ୍କୁ ନିଆଯାଇଛି। ଗତ ଶନିବାର ହୋଇଥିବା ମଶାଲ ଶୁଭାରମ୍ଭ କାର୍ଯ୍ଯକ୍ରମରେ ମଧ୍ଯ ଶ୍ରୀ ସାମନ୍ତ ସାମିଲ୍ ହୋଇଥିଲେ।
ଓଡିଶାରୁ ଅନ୍ଯମାନଙ୍କ ଭିତରେ କ୍ରୀଡା ଓ ଯୁବ ବ୍ଯାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ନିଖିଳ ଓଡିଶା ଚେସ୍ ସଂଘ ଯୁଗ୍ମ ସମ୍ପାଦକ ତଥା ଚେସ୍ ଅଲିମ୍ପିଆଡ୍ ଏକ୍ସାପର ସମିତି ଅଧ୍ଯକ୍ଷ ରଞ୍ଜନ ମହାନ୍ତି ମଧ୍ଯ ଉପସ୍ଥିତ ଥିଲେ ।ଏହାସହ ଓଡିଶା ଚେସ୍ ସଂଘର ସମସ୍ତ କର୍ମକର୍ତ୍ତା ମଧ୍ଯ ଉପସ୍ଥିତ ରହିଥିଲେ । ଡକ୍ଟର ସାମନ୍ତଙ୍କୁ ମିଶାଇଲେ ମୋଟ ୭ ଜଣ ଓଡିଆ ଚେସ୍ ଅଲିମ୍ପିଆଡରେ ପ୍ରତ୍ଯେକ୍ଷ ଭାବେ ସାମିଲ ହେବେ। ଖେଳାଳି ଭାବେ କେବଳ ପଦ୍ମିନୀ ରାଉତ ଅଂଶ ଗ୍ରହଣ କରିବେ।
Discover more from odia.bnslive.in
Subscribe to get the latest posts sent to your email.