କୃଷକ ମାନଙ୍କ ପାଇଁ ଖୁସୀଖବର ଆଣିଲେ ରାଜ୍ୟ ସରକାର, ଏହି ସୁବିଧାର ସୁଯୋଗ ନିଅନ୍ତୁ

Creat A Revolution
           

ଭୁବନେଶ୍ବର -:  ଚଳିତ ବର୍ଷ ଖରିଫ ଋତୁରେ ୮ ଟି ଫସଲ ଏବଂ ରବିଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବ । ଆଜି ମୁଖ୍ୟ ଶାସନ ସଚବି ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଫସଲବୀମା ସମନ୍ବୟ କମିଟି ବୈଠକରେ ଏହା ସ୍ଥିର ହୋଇଛି। ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ  ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବଭିାଗର ସ୍ବତନ୍ତ୍ର  ସଚିବ  ସଂଜୀବ କୁମାର ଚଢ଼ା ଚଳତି ବର୍ଷ ପାଇଁ ଫସଲ ବୀମା ସମ୍ବନ୍ଧିତ ବିଷୟରେ  ଆଲୋଚନା ନିମନ୍ତେ ଉପସ୍ଥାପନା କରିଥିଲେ। ବୀମା ସର୍ତ୍ତ ଅନୁସାରେ କ୍ଷତି ପୂରଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ଚାଷୀଙ୍କୁ ତୁରନ୍ତ ବୀମାରାଶି ଯୋଗାଇଦେବା ମୁଖ୍ୟ ଶାସନ ସଚିବ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

crop insurance

ସେ କହିଥିଲେ ଯେ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ବୀମାରାଶି ପଠାଇବାରେ କୌଣସି ପ୍ରକାର ଅବହେଳାକୁ ସରକାର ଗୁରୁତର ସହ ବିଚାର କରିବେ ବୋଲି ଶ୍ରୀମହାପାତ୍ର ସ୍ପଷ୍ଟ କରିଦେଇଥିଲେ। ଶସ୍ୟ-ୱାରୀ ଚାଷ ହୋଇଥିବା କ୍ଷେତର ପରିମାଣ ଏବଂ ଅମଳ ହାର ନିର୍ଦ୍ଧାରଣ ନିମନ୍ତେ ଅଧୁନିକ ସାଟେଲାଇଟ ଗବେଷଣା କୌଶଳ ଗୁଡିକ ପ୍ରୟୋଗ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଏକ ସମନ୍ବିତ ବୈଷୟିକ କର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ କୃଷି ଓ କୃଷକ ସଶକ୍ତିକାରଣ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଓଡିଶା ମହାକାଶ ଗବେଷଣା ଉପଯୋଗ କେନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରମାଣିତ ହୋଇଥିବା ସାଟେଲାଇଟ କୌଶଳ ଗୁଡିକୁ ଓଡିଶା  କୃଷି ଜଳବାୟୁ ଅନୁସାରେ ନବିକୃତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ।

ସାଟେଲାଇଟ୍ ଚିତ୍ର ଭିତ୍ତିକ ତଥ୍ୟ ଭିତ୍ତି ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତ ଏବଂ ଫସଲ ବୀମାର ସଂପ୍ରସାରଣ ଅଧିକ ସହାୟକ ହେବ ବୋଲି ଶ୍ରୀ ଜେନା କହିଥିଲେ। ଆଗାମୀ ବର୍ଷଠାରୁ ସାଟେଲାଇଟ କୌଶଳ ଭିତ୍ତିରେ ରାଜ୍ୟର  ସବୁ ଅଞ୍ଚଳରେ ଶସ୍ୟ-ୱାରୀ ଚାଷ ହୋଇଥିବା ଜମିର ପରିମାଣ ଏବଂ ଅମଳ ହାର ଆକଳନ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା। ଚଳିତ ବର୍ଷ ଖରିଫ ଋତୁରେ ଧାନ, ଚିନା ବାଦାମ, ମକା, ହରଡ, ମାଣ୍ଡିଆ, ତୁଳା,ଅଦା ଓ ହଳଦୀ ଆଦି ୮ଟି ଫସଲକୁ ବିମାଭୁକ୍ତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ସେହିପରି ରବି ଋତୁରେ ଧାନ, ଚିନାବାଦମ, ବିରି, ମୁଗ, ସୋରିଷ, ସୂର୍ଯ୍ୟମୁଖୀ, ଆଖୁ, ଆଳୁ ଏବଂ ପିଆଜ ଆଦି ୯ଟି ଫସଲ ବୀମାଭୁକ୍ତ ହେବ । ସାଧାରଣତଃ ଧାନ ଫସଲ ପାଇଁ ଏକ ଗ୍ରାମ ପଞ୍ଚାୟତ ବା ସହରାଞ୍ଚଳ ଏବଂ ଅଣ ଧାନ ଫସଲ ପାଇଁ ଏକ ବ୍ଲକକୁ ବୀମା ୟୁନିଟ ଭାବେ ବିଚାର କରାଯିବ।

crop insurance 2

ଚଳିତ ବର୍ଷ ଜୁଲାଇ ୩୧ ତାରିଖକୁ ଖରିଫ ଫସଲ ବୀମା ପଞ୍ଜୀକରଣର ଶେଷ ତାରିଖ ରୁପେ ଧାର୍ଯ୍ୟ କରାଯାଇଥିଲା। ଏହି ଦିନ  ସୁଦ୍ଧା ସମସ୍ତ କୃଷକମାନେ ନିଜ ନିଜ ଫସଲବୀମା କରାଇନେବେ। ଚାଷ ପାଇଁ ଋଣ ନେଉଥିବା ଚାଷୀମାନଙ୍କର ବୀମା ସମ୍ପୃକ୍ତ ବ୍ୟାଙ୍କ ମାଧ୍ୟମରେ ହେବ। ଯେଉଁମାନେ ଚାଷ-ଋଣ ନେଉନାହାନ୍ତି ସେମାନେ ମଧ୍ୟ ନିକଟସ୍ଥ ଜନସେବା କେନ୍ଦ୍ର,ନିଜର ସେଭିଙ୍ଗସ୍ ଆକାଉଣ୍ଟ ଥିବା ବ୍ୟାଙ୍କ ବା ସମ୍ପୃକ୍ତ ଜିଲ୍ଲା ପାଇଁ ନିର୍ଦ୍ଧାରିତ ଫସଲବୀମା ଇନସ୍ୟୁରାନ୍ସ କମ୍ପାନୀ ଏଜେଣ୍ଟମାନଙ୍କ ମାଧ୍ୟମରେ ନିଜ ନିଜ କ୍ଷେତରେ କୁରୁଥିବା ଉପଯୁକ୍ତ ଫସଲର ବୀମା କରାଇପାରିବେ।

ଆଜି ଠାରୁ କେନ୍ଦ୍ରୀୟ ଡେପୁଟେସନରେ ଯାଉଥିବା କୃଷି ନିର୍ଦ୍ଦେଶକ ଶ୍ରୀ ମୁଥୁ କୁମାର ଜଣାଇଥିଲେ ଯେ ରାଜ୍ୟରେ ଶସ୍ୟ ବୀମା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନୁସାରେ କରାଯାଇଛି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଅନୁପାତରେ ଆର୍ଥିକ ସହାୟତା ଦେଉଛନ୍ତି। ସାଧାରଣତଃ ବୀମା ପ୍ରିମିୟମର ଶତକଡା ୯୮ ଭାଗ ରାଜ୍ୟ ଓ କେନ୍ଦ୍ର ସରକାର ଦିଅନ୍ତି ଏବଂ ସମ୍ପୃକ୍ତ କୃଷକ ଶତକଡା ୨ ଭାଗ ଦିଅନ୍ତି। ୨୦୨୧ ମସିହା ଖରିଫ ଋତୁରେ ପ୍ରାୟ ୧୨.୩୦ ଲକ୍ଷ ଚାଷୀଙ୍କର ୧୦.୫୦ ହେକ୍ଟର ଚାଷ ଜମି ବୀମାଭୁକ୍ତ ହୋଇଥିଲା। ଚଳିତ ବର୍ଷ ଖରିଫ ଏବଂ ରବି ଋତୁରେ ଋଣନେଉଥିବା ଚାଷୀମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ବୀମାଭୁକ୍ତ କରିବାକୁ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading