ମୁସଲ୍‌ମାନ ଝିଅମାନେ ୧୬ ବର୍ଷ ବୟସରେ ବାହା ହୋଇପାରିବେ : ହାଇକୋର୍ଟ

Creat A Revolution
           

ଚଣ୍ଡୀଗଡ଼ : ମନପସନ୍ଦର ବ୍ୟକ୍ତିଙ୍କୁ ବାହା ହେବା ଲାଗି ୧୬ ବର୍ଷ ବୟସରୁ ଊର୍ଦ୍ଧ୍ବ ମୁସଲ୍‌ମାନ ବାଳିକା ଔପଚରିକ ରାଜିନାମା କରିବାକୁ ସମର୍ଥ ବୋଲି ଆଜି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରାୟ ଦେଇଛନ୍ତି। ସୁରକ୍ଷା ପାଇଁ ଅଦାଲତରେ ଆବେଦନ କରିଥିବା ପଠାନ୍‌କୋଟ୍‌ର ଏକ ମୁସଲମାନ୍‌ ଦମ୍ପତିଙ୍କ ମାମଲାର ରାୟ ଶୁଣାଇ ବିଚାରପତି ଯଶଜିତ ସିଂହ ବେଦିଙ୍କ ଏକକ-ବିଚାରପତିବିଶିଷ୍ଟ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେଇଛନ୍ତି। ଆବେଦନକାରୀମାନେ ଉଲ୍ଲେଖ କରିଛନ୍ତି ଯେ, ମୁସଲ୍‌ମାନ ରୀତିନୀତି ଅନୁସାରେ ୨୦୨୨ ଜୁନ୍‌ ୮ ତାରିଖରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଥିଲା।

କିନ୍ତୁ, ସେମାନଙ୍କର ପରିବାର ଉକ୍ତ ବିବାହକୁ ବିରୋଧ କରିବା ସହ ବିନା ଅନୁମତିରେ ବିବାହ କରିଛନ୍ତି ବୋଲି ଦୋଷାରୋପ କରିଥିଲେ।ଖଣ୍ଡପୀଠ କହିଛନ୍ତି, ପରିବାରବର୍ଗଙ୍କ ଅନିଚ୍ଛା ସତ୍ତ୍ବେ ଆବେଦନକାରୀମାନେ ବାହା ହୋଇଥିବା କାରଣରୁ ଭାରତୀୟ ସମ୍ବିଧାନରେ ଉଲ୍ଲିଖିତ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହୋଇପାରିବେ ନାହିଁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading