ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୦ ଦିନିଆ ବିଦେଶ ଗସ୍ତ …

Creat A Revolution
           

ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ୍‌ ଓ ଦୁବାଇ ଗସ୍ତ। ଦିଲ୍ଲୀରୁ ଭୋର ୪ଟା ୧୫ ମିନିଟରେ ରୋମ୍‌ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ । ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ୧୦ ଦିନିଆ ବିଦେଶ ଗସ୍ତ । ସାଙ୍ଗରେ ଯାଇଛନ୍ତି ଫାଇଭ୍‌ ଟି ସଚିବ ଭି କେ ପାଣ୍ଡିଆନ୍‌ । ସେଠାରେ ୱାର୍ଲଡ ଫୁଡ୍‌ ପ୍ରୋଗ୍ରାମ WFPର ମୁଖ୍ୟାଳୟରେ ଅନୁଷ୍ଠିତ କର୍ଯ୍ୟକ୍ରମରେ ଯୋଗ ଦେବେ। ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ସଫଳ କାହାଣୀ ବିଶ୍ୱ ଦରବାରରେ ଉପସ୍ଥାପିତ କରିବେ ମୁଖ୍ୟମନ୍ତ୍ରୀ। ରୋମ ରହଣୀ ସମୟରେ ଭାଟିକାନ ସିଟିରେ ପୋପ୍‌ ଫ୍ରାନ୍‌ସିସଙ୍କ ସହ ନବୀନଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ପୋପ୍‌ଙ୍କ ପ୍ରତି ସାରା ବିଶ୍ୱରେ ଯେଉଁଭଳି ଶ୍ରଦ୍ଧା ଓ ସମ୍ମାନ ରହିଛି, ସେ ଦୃଷ୍ଟିରୁ ନବୀନଙ୍କ ଏହି ସାକ୍ଷାତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ।

ଗତବର୍ଷ ଅକ୍ଟୋବର ମାସରେ ପୋପ୍‌ଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ। ମୋଦିଙ୍କ ସାକ୍ଷାତର ୭ ମାସ ପରେ ପୋପ୍‌ଙ୍କୁ ଭେଟିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ। ଭାରତରୁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଲାଗି ପୋପ୍‌ଙ୍କୁ ଭେଟିବେ।ରୋମ୍‌ ପରେ ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ। ୨୯ ତାରିଖରେ ଦୁବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ। ଏହି ନିବେଶ ସମ୍ମିଳନୀକୁ ଓଡ଼ିଶା ସରକାର ଓ ଫିକି ମିଳିତ ଆୟୋଜନ କରୁଛନ୍ତି। ଏଥିରେ ମଧ୍ୟପ୍ରାଚ୍ୟ ଓ ଦୁବାଇ ପାଖ ଅଞ୍ଚଳର ବିଜନେସ୍‌ ଲିଡରଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ କଣ ସୁଯୋଗ ରହିଛି ଅବଗତ କରାଯିବ।

ନିବେଶକମାନଙ୍କ ବୈଠକକୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ।ଓଡ଼ିଶାରେ ଖଣି, ଖଣି ଭିତ୍ତିକ ଶିଳ୍ପ, ପେଟ୍ରୋ କେମିକାଲ୍‌, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସି ଫୁଡ୍‌ ପ୍ରୋସେସିଂ, ଟେକ୍ସଟାଇଲ୍‌, ଆପାରେଲ୍‌ ଗାର୍ମେଣ୍ଟସ, ଅକ୍ଷୟ ଶକ୍ତି କ୍ଷେତ୍ରରେ ନିବେଶକଙ୍କ ପାଇଁ ସୁଯୋଗ ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ପ୍ରାୟ ୨ ଘଣ୍ଟା ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ବର୍ଷ ଶାସନ ଭିତରେ ଦ୍ୱିତୀୟ ବିଦେଶ ଗସ୍ତ। ପୂର୍ବରୁ ୨୦୧୨ରେ ଲଣ୍ଡନ ଯାଇଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading