ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା ) -: ତିର୍ତୋଲ ଥାନା ଅଧିନସ୍ଥ ବଣିତୋ ଗ୍ରାମର ବିଜୟଲଷ୍ମୀ ସ୍ୱାଇଁ ଙ୍କୁ ତାଙ୍କ ଦେଡଶୁର ନଳକୂପ ମରାମତି କୁ କେନ୍ଦ୍ର କରି ଅଶୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମରଣାତ୍ମକ ଆକ୍ରମଣ କରିଥିଲେ |ଏ ସଂକ୍ରାନ୍ତ ରେ ବିଜୟାଲକ୍ଷ୍ମୀ ତିର୍ତୋଲ ଥାନା ରେ ଅଭିଯୋଗ କରିଥିଲେ | ହେଲେ ପୋଲିସ ଦୋଷୀଙ୍କ ବିରୋଧ ରେ କାର୍ଯାନୁଷ୍ଠାନ ଗ୍ରହଣ କରିନଥିଲା |
ଘଟଣା ବିଷୟରେ ଆଶ୍ରିବାଦ ସଙ୍ଘଠନ ର ସଭାପତି ଜଗନ୍ନାଥ ବେହେରା ତିର୍ତୋଲ ଥାନା ଅଧିକାରୀ ଙ୍କୁ ଘଟଣା ବିଷୟ ରେ ଆଲୋଚନା କରିବାକୁ ଯାଇଥିବା ବେଳେ ଥାନା ଅଫିସର ତରୁଣ ଦଣ୍ଡପାଟ ଜଗନ୍ନାଥଙ୍କୁ ଅଶୀଳ ଭାଷା ରେ ଗାଳିଗୁଲଜ କରିବା ସହ ଥାନା ପରିସରରୁ ଦୁହିଁ ଙ୍କୁ ତଡି ଦେଇଥିଲେ | ବିଜୟଲକ୍ଷ୍ମୀ ଙ୍କୁ ନ୍ୟାୟ ପ୍ରଦାନ ଏବଂ ଆଶ୍ରିବାଦ ସେବା ସଂଗଠନ ସଭାପତି ଙ୍କୁ ତ୍ରିତୋଲ ଥାନା କର୍ମଚାରୀ ଗାଳିଗୁଲଜ କରିବା ପ୍ରତିବାଦ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏସ ପି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
Discover more from odia.bnslive.in
Subscribe to get the latest posts sent to your email.