ମୁମ୍ବାଇ -:
ଆମର ବିଧାୟକମାନେ ଖୁବ୍ ଶୀଘ୍ର ଫେରିବେ।’ ଯେଉଁ ବିଧାୟକମାନେ ରାଜ୍ୟ ବାହାରକୁ ଦଳବଦ୍ଧ ଭାବେ ଯାଇଛନ୍ତି ସେମାନେ ହେଲେ ତନାଜୀ ସାୱନ୍ତ, ବାଲାଜି କଲ୍ୟାଣକର, ପ୍ରକାଶ ଅନନ୍ଦରାଓ ଅବିତକର, ଏକାନ୍ସ ସିନ୍ଧେ, ଅବଦୁଲ୍ ସତର, ସଞ୍ଜୟ ପାଣ୍ଡୁରଙ୍ଗ, ଶ୍ରୀନିବାସ ଓନେଗା, ମହେଶ ସିନ୍ଧେ, ସଞ୍ଜୟ ରାଏମୁଲକର୍, ବିଶ୍ବନାଥ ଭୋଏର୍, ସନ୍ଦୀପନ୍ ରାଓ ଭୁମରେ, ଶାନ୍ତାରାମ ମୋରେ, ରମେଶ ବୋରନାରେ, ଅନୀଲ ବାବର୍, ଚିନମନରାଓ ପାଟିଲ୍, ଶମ୍ଭୁରାଜ ଦେଶାଇ, ମହେନ୍ଦ୍ର ଦଲ୍ଭି, ଶାହାଜୀ ପାଟିଲ୍, ପ୍ରଦୀପ ଜୈସ୍ୱାଲ୍, ମହେନ୍ଦ୍ର ଥୋରଭେ, କିଶୋର ପାଟିଲ୍, ଜ୍ଞାନରାଜ ଚୋଗୁଲେ, ବାଲାଜୀ କିନିକାର୍, ଭରତସେଠ୍ ଭୋଗ୍ଲେ, ସଞ୍ଜୟ ଗାଇକ୍ୱାଦ୍, ସୁହାସ ଖଣ୍ଡେ। ଉଲ୍ଲେଖଯୋଗ୍ୟ, ସୋମବାର ବିଧାନ ପରିଷଦ ନିର୍ବାଚନ ପରେ ପରେ ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଦେ ଦଳର ଅନ୍ୟ ୨୫ ଜଣ ବିଧାୟକଙ୍କ ସହ ମିଶି ରାଜ୍ୟ ବାହାରକୁ ଚାଲି ଯାଇଥିବା ସୂଚନା ରହିଛି। ନିର୍ବାଚନ ପରେ ଅଚାନକ ବିଧାୟକମାନେ ଏପରି ଦଳବଦ୍ଧ ଭାବେ ରାଜ୍ୟ ବାହାରକୁ ଯାଇ ଆତ୍ମଗୋପନ କରିବା ଘଟଣା ‘ବିଦ୍ରୋହ’ର ଆଭାସ ଦେଉଛି। ଶିବସେନାର କିଛି ବିଧାୟକଙ୍କ ବିରୋଧରେ କ୍ରସ୍-ଭୋଟିଂ ଅଭିଯୋଗ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଶିବସେନା ବିଧାୟକମାନେ ସିନ୍ଦେଙ୍କ ସହ ଗୁଜୁରାଟର ସୁରଟ ସହରରେ ଏକ ହୋଟେଲ୍ରେ ଥିବା ସୂଚନା ମିଳିଛି।
Discover more from odia.bnslive.in
Subscribe to get the latest posts sent to your email.
