ମୋବାଇଲ ଗ୍ରାହକଙ୍କ ପାଇଁ ବଡ ଝଟକା, ଟେଲିକମ୍ କମ୍ପାନୀ ନେଲା ଏହି ନିଷ୍ପତ୍ତି …

Creat A Revolution
           

ଦେଶରେ ବର୍ତ୍ତମାନ ବହୁ ସଂଖ୍ୟାରେ ମୋବାଇଲ ଉପଭୋକ୍ତାମାନଙ୍କର ସିମ୍‌ ବନ୍ଦ ହୋଇଯାଇଛି। ବିଶେଷକରି ଏହି ସିମ୍‌ ଗୁଡିକ ହେଉଛି ଦ୍ବିତୀୟ ସିମ୍। ମିଳିଥିବା ସୂଚନା ମୁତାବକ ୭୫ ଲକ୍ଷ ଭାରତୀୟଙ୍କ ମୋବାଇଲର ‘ଦ୍ୱିତୀୟ ସିମ୍’କୁ ଟେଲିକମ୍‌ ଅପରେଟରମାନେ କୌଣସି କାରଣରୁ ବନ୍ଦ କରିଦେଇଛନ୍ତି। ମହଙ୍ଗା ଚାର୍ଜ ହେତୁ ଦ୍ୱିତୀୟ ସିମ୍ କାର୍ଡ ବନ୍ଦ କରିବାକୁ ଏହାର କାରଣ କୁହାଯାଉଛି। ଟେଲିକମ୍ ରେଗୁଲେଟୋରୀ ଏବଂ ଅଥରିଟି ଅଫ୍ ଇଣ୍ଡିଆ ଏପ୍ରିଲ୍ ପାଇଁ ଏହି ସଂଖ୍ୟା ପ୍ରକାଶ କଲାବେଳେ କହିଥିଲା ଯେ ନଭେମ୍ବର ୨୦୧୯ ରେ ଫୋନ୍ କମ୍ପାନୀଗୁଡିକର ଚାର୍ଜ ବୃଦ୍ଧି ହେତୁ ପ୍ରାୟ ୭ ନିୟୁତ ସିମ୍ ବନ୍ଦ ହୋଇଯାଇଥିଲା ଏବଂ ସ୍ମାର୍ଟଫୋନ୍ ମହଙ୍ଗା ପଡିଥିଲା। ଏହି ସମ୍ବନ୍ଧରେ କୁହାଯାଇଛି ଯେ ଲୋକମାନଙ୍କର ଖର୍ଚ୍ଚ କମାଇବା ପାଇଁ ଦ୍ୱିତୀୟ ସିମ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷେ ଉପଭୋକ୍ତାମାନେ ନିଜ ଆଡୁ ମୋବାଇଲ୍ ଫୋନ୍ ସିମ୍‌ ବନ୍ଦ କରିବା ସମ୍ଭବ ନୁହେଁ।

Good news for dual SIM users

ଅତ୍ୟଧିକ ଟାରିଫ୍‌ ଯୋଗୁ ଗ୍ରାହକ ସବୁ ସିମ୍‌ ଆକ୍ଟିଭ୍‌ କରିବାରେ ସକ୍ଷମତା ପ୍ରକାଶ କରୁଛନ୍ତି। ତେଣୁ ଦ୍ବିତୀୟ ସିମ୍‌ଟିକୁ ସବୁ ସମୟରେ ଆକ୍ଟିଭ୍‌ ରଖିବା ସେମାନଙ୍କ ପକ୍ଷେ ସମ୍ଭବପର ହୋଇପାରିନାହିଁ। ଅତ୍ୟଧିକ ଟାରିଫ୍ ଯୋଗୁଁ ଗ୍ରାହକ ସବୁ ସିମ୍ ଆକ୍ଟିଭ କରିବାରେ କ୍ଷମତା ପ୍ରକାଶ କରୁଛନ୍ତି । ତେଣୁ ଦ୍ୱିତୀୟ ସିମଟିକୁ ସବୁ ସମୟରେ ଆକ୍ଟିଭ ରଖିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରେ ନାହିଁ । ହେଲେ ଆଗକୁ ୫-ଜି ସେବା ଆରମ୍ଭ ହେବାକୁ ଯାଉଥିବାରୁ ଟେଲିକମ୍ ଅପରେଟରଙ୍କ ନଜର ଏବେ ଦ୍ୱିତୀୟ ସିମ ଉପରେ ।ତେଣୁ ସେମାନେ ମଧ୍ୟ ନିଜର ନେଟୱର୍କରେ ଏତେ ସଂଖ୍ୟାରେ ନିଷ୍କ୍ରିୟ ଗ୍ରାହକଙ୍କୁ ରଖିବାକୁ ଚାହୁଁ ନାହାନ୍ତି। ଯାହାର ଫଳ ହେଉଛି ୭୫ ଲକ୍ଷ ‘ଦ୍ୱିତୀୟ ସିମ୍’ ବନ୍ଦ କରାଯାଇଛି। ତେବେ ରିଚାର୍ଜ ନ କଲେ ସିମ୍‌ ବନ୍ଦ କରିଦେବା ନେଇ କିଛି ଦିନ ହେବ ଗ୍ରାହକମାନେ ଅପରେଟରଙ୍କଠାରୁ ମେସେଜ୍‌ ପାଇଆସୁଥିଲେ। ସେମାନଙ୍କୁ ନମ୍ବର ରିଚାର୍ଜ କରିବାକୁ କହିଥିଲେ ନଚେତ୍ ଏହା ବନ୍ଦ ହୋଇଯିବ ଚେତାବନୀ ଦିଆଯାଉଥିଲା ବୋଲି ଟ୍ରାଇର ରିପୋର୍ଟରୁ ଜଣାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ, ଟେଲିକମ୍‌ ଇତିହାସରେ ୨୦୧୦ଠାରୁ ଦ୍ବିତୀୟ ସିମ୍‌ ରଖିବାର ଟ୍ରେଣ୍ଡ୍‌ ପ୍ରଚଳିତ ହୋଇଆସୁଥିଲା। ଟ୍ରାଇ ରିପୋର୍ଟ ଅନୁଯାୟୀ, ୧୬.୮ ଲକ୍ଷ ନୂତନ ଗ୍ରାହକ ସହ ଜିଓର ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୪୦.୫ କୋଟିରେ ପହଞ୍ଚିଛି। ଅପରପକ୍ଷେ ଭାରତୀ ଏୟାରଟେଲ ଏପ୍ରିଲରେ ୮.୧ ଲକ୍ଷ ନୂତନ ଗ୍ରାହକଙ୍କୁ ଏହାର ନେଟୱକରେ ଯୋଡିଛି। ଏହାସହିତ କମ୍ପାନୀର ସେବା ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ୩୬.୧୧ କୋଟିକୁ ବୃଦ୍ଧି ପାଇଛି। ଏପ୍ରିଲ୍ ୨୦୨୨ ମସିହାରେ ୧୫.୬୮ ଲକ୍ଷ ଗ୍ରାହକ ଭୋଡାଫୋନ୍-ଆଇଡିଆ ଛାଡିବା ଯୋଗୁ କମ୍ପାନୀର ମୋଟ ଗ୍ରାହକ ସଂଖ୍ୟା ୨୫.୯ କୋଟିକୁ ଖସିଆସିଛି। ବର୍ତ୍ତମାନ ଟେଲିକମ୍ କମ୍ପାନୀଗୁଡିକ ୫ଜି ସ୍ପେକ୍ଟମର ନିଲାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ସେମାନେ ନିଜ ନେଟୱାର୍କରୁ ଅତିରିକ୍ତ ଭାର ହଟାଉଛନ୍ତି । ପୂର୍ବରୁ ବିଭିନ୍ନ ଟେଲିକମ୍ କମ୍ପାନୀ ଗୁଡିକର ରିଚାର୍ଜ ଦର କମ ଥିବାରୁ ଗ୍ରାହକ ଏକାଧିକ ସିମ ରଖିବାକୁ ପସନ୍ଦ କରୁଥିଲେ । ହେଲେ ଏବେ ରିଚାର୍ଜ ଦରରେ ଅହେତୁକ ବୃଦ୍ଧି ହୋଇଛି । ଫଳରେ ଏକାଧିକ ସିମ ରଖିଥିଲେ ବି ଗୋଟିଏ ସିମକୁ ଗ୍ରାହକ ବ୍ୟବହାର କରୁଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading