ଜୁନ୍ ୨୨ ବୁଧବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

Creat A Revolution
           

ମେଷ: ଲେଖକଙ୍କ ବିଚାର ସମ୍ମାନିତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଘରେ ଅବିବାହିତ ଲୋକଙ୍କର ବିବାହ ପାଇଁ ଚର୍ଚ୍ଚା ହେବ। ଶିକ୍ଷାର୍ଥୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବେ।

ବୃଷ: ଭାବିଥିବା କାମ ପୂରା କରିବାରେ ସଫଳ ହେବେ। ଜୀବନସାଥୀ ଓ ବାପାମାଆଙ୍କ ସହ ତାଳମେଳ ବଢ଼ିବ। ଲୁହା କାମ କରୁଥିବା ଲୋକଙ୍କର କାମ ଗତିଶୀଳ ହେବ।

ମିଥୁନ: କାମ ସଂପୂର୍ଣ୍ଣ କରିବା ଲାଗି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଯୁବକଙ୍କ ଲାଗି ସଫଳତାର ନୂଆ ରାସ୍ତା ଖୋଲିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

କର୍କଟ: ଆପଣଙ୍କ ମନ ଆନନ୍ଦରେ ପୂର୍ଣ୍ଣ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ମନର କଥା ପ୍ରକାଶ କରିବେ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ସିଂହ: ଆପଣଙ୍କର ଲୋକପ୍ରିୟତା ବଢ଼ିବ। ପ୍ରେମିକ-ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଜମି ଦଲାଲଙ୍କ ଲାଗି ଦିନଟି ଭଲ।


କନ୍ୟା: ଆପଣ ଭାବିଚିନ୍ତି ନିଷ୍ପତ୍ତି ନେବା ଦରକାର। କାମରେ ଭାଇଙ୍କ ସହଯୋଗ ପାଇବେ। କଥା କହିବା ବେଳେ ନିଜର ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ।

ତୁଳା: ଆପଣ ସବୁ ଦୃଷ୍ଟିରୁ ଚିନ୍ତାମୁକ୍ତ ରହିବେ। ମହିଳାଙ୍କ ଲାଗି ଦିନଟି ବହୁତ ଭଲ। ବାଣିଜ୍ୟ ଛାତ୍ର କୌଣସି ବିଷୟରେ ଜାଣିବା ପାଇଁ ସହପାଠୀଙ୍କ ସହଯୋଗ ପାଇବେ।

ବିଛା: ଯେଉଁମାନଙ୍କର କୋର୍ଟ କଚେରିରେ ମାମଲା ରହିଛି ସେମାନେ କାଗଜପତ୍ର ପ୍ରସ୍ତୁତ କରି ରଖନ୍ତୁ। ନୂଆ ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ।

ଧନୁ: ସ୍ଥଗିତ କାମ ନିର୍ଦ୍ଧାରିତ ସମୟରେ ପୂରା କରିବେ। ଅଫିସରେ ନୂଆ ଦାୟିତ୍ବ ମିଳିବ। ମନପସନ୍ଦ ଜାଗାକୁ ବଦଳି ହେବାର ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ମକର: ପୂରା ଦିନ ଆପଣଙ୍କ ମନରେ ପ୍ରସନ୍ନତା ବଜାୟ ରହିବ। ନୂଆ କାରବାର ଆରମ୍ଭ ପାଇଁ ଭଲ ସୁଯୋଗ ପାଇବେ। ପାରିବାରିକ କାମ ପାଇଁ ଅଫିସରେ ପହଞ୍ଚିବା ବିଳମ୍ବ ହେବ।

କୁମ୍ଭ: ଆପଣ ଜୀବନର ନୂଆ ଶିଖରରେ ପହଞ୍ଚିବେ। ଫ୍ୟାସନ୍ ଡିଜାଇନିର୍‌ଙ୍କ ଡିଜାଇନ୍ ପ୍ରଶଂସିତ ହେବ। ଜୀବନସାଥୀଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ। ପ୍ରେମ ଜୀବନ ଭଲ ରହିବ।

ମୀନ: ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଜୀବନସାଥୀଙ୍କୁ ନିଜ ଅଶାନ୍ତିର କାରଣ ଜଣାନ୍ତୁ, ମନକୁ ଶାନ୍ତି ମିଳିବ। କାଠ କାମ କରୁଥିବା ଳୋକଙ୍କ ପାଇଁ ଦିନଟି ଭଲ ରହିବ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading