ହସ୍ତରେଖା ଓ ଜାତକ ବିନା ପୂର୍ବଜନ୍ମରେ କ’ଣ ଥିଲେ ଆପଣ ନିଶ୍ଚୟ ଜାଣିପାରିବେ …

Creat A Revolution
           
Purba Janma TV Program Video by Kalinga TV

ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯିଏ ପୁନର୍ଜନ୍ମକୁ ବିଶ୍ୱାସ କରିଥାନ୍ତି। ପୂର୍ବଜନ୍ମରେ ବାକି ଥିବା ଅଧୁରା କାମକୁ ପୂରା କରିବାକୁ ଏହି ଜନ୍ମ ହୋଇଛି ବୋଲି ମଧ୍ୟ ଜ୍ୟୋତିର୍ବିଦ୍‌ମାନେ କହିଥାନ୍ତି। ଜାତକରୁ ଗଣନା କରି ଜ୍ୟୋତିଷମାନେ ପୂର୍ବ ଜନ୍ମର କର୍ମ ଓ ଅଧୁରା କର୍ମ ବିଷୟରେ ଅନୁମାନ ଲଗାଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ମୁତାବକ, ପୂର୍ବ ଜନ୍ମର ସିଦ୍ଧାନ୍ତ କ୍ରିୟା-ପ୍ରତିକ୍ରିୟାର ନିୟମ ଉପରେ କାର୍ଯ୍ୟ କରିଥାଏ। ମଣିଷ ଜୀବନରେ ଯଦି କିଛି କାମ କରିବାକୁ ଚାହିଁଥାଏ କିମ୍ବା କିଛି ଅଧା କାମ କରି ମୃତ୍ୟୁ ବରଣ କରିଥାଏ, ତେବେ ସେହି କାମ ପୂରଣ କରିବାକୁ ସେ ପୁନର୍ଜନ୍ମ ନେଇଥାଏ। ପ୍ରକୃତିର ଏହା ହିଁ ନିୟମ। ଜାତକର ପଞ୍ଚମ ଓ ଅଷ୍ଟମ ଘରର ସମ୍ପର୍କ ପୂର୍ବଜନ୍ମ ସହ ରହିଥାଏ। ରାହୁ ଓ କେତୁ ସମ୍ପୂର୍ଣ୍ଣ ରୂପେ ପୂର୍ବ ଜନ୍ମ ସହ ସମ୍ପର୍କ ରଖିଥାନ୍ତି। ତେବେ ଜାତକ ନଥିଲେ ମଧ୍ୟ ଆପଣ ପୂର୍ବଜନ୍ମ ସମ୍ପର୍କରେ ଜାଣିପାରିବା। ଆସନ୍ତୁ ଜାଣିବା କେମିତି…

ପୂର୍ବ ଜନ୍ମରେ ଆମେ କଣ ଥିଲେ ତାହା ଜାଣିବାକୁ ଲଗାତାର ବ୍ୟକ୍ତିଙ୍କ ଲକ୍ଷଣ ଉପରେ ଧ୍ୟାନ ଦେବାକୁ ପଡ଼ିବ। ପ୍ରାୟତଃ ବ୍ୟକ୍ତି ନିଜ ପରିବାରରେ ହିଁ ଜନ୍ମ ନେଇଥାନ୍ତି। ତାଙ୍କ ଅଭ୍ୟାସ ପୂର୍ବ ଜନ୍ମରେ ଯେମିତି ଥିଲା ପର ଜନ୍ମରେ ବି ସେମିତି ରହିଥାଏ। କିନ୍ତୁ ଯେତେବେଳେ ବ୍ୟକ୍ତି କୌଣସି ଭାବନା କିମ୍ବା ଇଚ୍ଛାକୁ ମନରେ ରଖି ମୃତ୍ୟୁ ବରଣ କରିଥାନ୍ତି। ତାହାକୁ ପୂରଣ କରିବାକୁ ସେ ପୁନର୍ଜନ୍ମ ନେଇଥାନ୍ତି। କୌଣସି ନିର୍ଦ୍ଦିଷ୍ଟ ଗୁଣ, ଅଭ୍ୟାସ, ବଦଭ୍ୟାସ, ଦାଗ, ରୋଗ କିମ୍ବା ଚିହ୍ନର ସମ୍ପର୍କ ବ୍ୟକ୍ତିଙ୍କ ପୂର୍ବ ଜନ୍ମ ସହ ରହିଥାଏ।

Reincarnation; More than a Concept? | by Yasser Eli | Medium

ପୂର୍ବ ଜନ୍ମର କର୍ମ ଯୋଗୁ ସମସ୍ୟା ଭୋଗୁଥିଲେ କ’ଣ କରିବେ ?

ଜ୍ୟୋତିର୍ବିଦଙ୍କ ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କୁ ତାଙ୍କ ପୂର୍ବ ଜନ୍ମର କର୍ମ ସମସ୍ୟାରେ ପକାଉଛି ତେବେ ସେ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ। ଏଭଳି ସ୍ଥିତିରେ ଶିବ ମନ୍ତ୍ର ଜପ କରନ୍ତୁ। ଏକାଦଶୀ ଓ ପୂର୍ଣ୍ଣିମାରେ ଉପବାସ ରୁହନ୍ତୁ। ଶ୍ରୀମଦ୍‌ଭଗବତ ଗୀତା ପାଠ କରନ୍ତୁ। ଶନିବାର ଭୋକିଲା ବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading