ଆପଣମାନଙ୍କ ପାଇଁ ଖୁସି ଖବର, ଏବେ ଠାରୁ ମିଳିବ ଏହି ସବୁ ସୁବିଧା …

Creat A Revolution
           

ଆଜିକାଲିର ଯୁବପିଢି ବିଭିନ୍ନ ପ୍ରକାର ସୋସିଆଲ ମିଡିଆ ଆପ୍‌ ବ୍ୟବହାର କରୁଛନ୍ତି। ହ୍ଵାଟସଆପ୍‌, ଇନଷ୍ଟାଗ୍ରାମ, ଟ୍ଵିଟର, ଟେଲିଗ୍ରାମ ଇତ୍ୟାଦି। ଏହାମଧ୍ୟରେ ଏହି ଆପ୍‌ ମଧ୍ୟ ପ୍ରତିଦିନ ନୂଆ ନୂଆ ଫିଚର୍ସ ଲଞ୍ଚ କରୁଛି। ଏବେ ଟେଲିଗ୍ରାମ ନିଜ ୟୁଜର୍ସଙ୍କ ପାଇଁ ଏକ ନୂଆ ସର୍ଭିସ ଲଞ୍ଚ କରିଛି। ୭୦ କୋଟି ୟୁଜର୍ସ ପୂରଣ ହେବା ପରେ ଲୋକପ୍ରିୟ ମେସେଜିଂ ଆପ୍‌ ଟେଲିଗ୍ରାମ୍‌ ଆରମ୍ଭ କରିଛି ପ୍ରିମିୟମ ସର୍ଭିସ।ଟେଲିଗ୍ରାମ ଲଞ୍ଚ କରିଛି ପ୍ରିମିୟମ ସ୍କିମ୍। ଏହା ପେଡ ସ୍କିମ୍ ହୋଇଥିବା ବେଳେ ଗ୍ରାହକଙ୍କ ଲାଗି ଅତିରିକ୍ତ ସୁବିଧା ମଧ୍ୟ ରହିଛି। ଏହା ଏପରି ଏକ ସ୍କିମ ଯେଉଁଥିରେ ପେଡ ମେମ୍ବେରସିପ ସାଙ୍ଗକୁ ମ୍ୟାସେଜିଂ ଆପ୍ରେ ଅତିରିକ୍ତ ସୁବିଧା ପ୍ରଦାନ କରୁଛି।

Dama_DragonXX (@dreagonxx) / Twitter

ଏହା ଛଡା ୪ଜିବି ପର୍ଯ୍ୟନ୍ତ ଫାଇଲ ଅପଲୋଡ, ସ୍ପିଡ ଡାଉନଲୋଡ ଓ ଭୟସ ବାର୍ତ୍ତାକୁ ଟେକ୍ସଟରେ କନଭର୍ଟ କରିପାରିବା ଭଳି ସୁବିଧା ସବୁ ରହିଛି। ଯାହା ପ୍ରିମିୟମ ଟିୟର ଗ୍ରାହକଙ୍କୁ ନିଜ ଆଡକୁ ଏବେ ଆକର୍ଷିତ କରୁଛି। ରିପୋର୍ଟ ମୁତାବକ, କମ୍ପାନୀ ଏଥିପାଇଁ ମାସକୁ ୪,୯୯ ଡଲାର ଚାର୍ଜ ମଧ୍ୟକରିଛି। ତେବେ ଭାରତୀୟଙ୍କ ପାଇଁ ଏହି ଚାର୍ଜ କେତେ ରହିବ ତାହା କମ୍ପାନୀ ସ୍ଥିର କରିନାହିଁ।ପେଡ ସବସ୍କ୍ରିପସନ ଲଞ୍ଚ ସହିତ ଟେଲିଗ୍ରାମ ପ୍ଲାଟଫର୍ମରେ ସବୁ ପ୍ରକାର ଗ୍ରାହକଙ୍କ ଲାଗି ସୁଧାରର ଏକ ସୂଚୀ ମଧ୍ୟ ଉପସ୍ଥାପନ କରିଛି। ଦୁବାଇସ୍ଥିତ କମ୍ପାନୀର ଏବେ ୭୦୦ ମିଲିୟନରୁ ଅଧିକ ମାସିକ ଉପଯୋଗକର୍ତ୍ତା ଥିବା ଦାବି କରୁଛି।

ଭାରତରେ ପ୍ରିମିୟମ ସବସ୍କ୍ରାଇବର ହେବା ଲାଗି ଆଇଫୋନରେ ମାସକ ଲାଗି ୪୬୯ ଟଙ୍କା ଦେୟ ଦେବାକୁ ପଡୁଥିବା ବେଳେ ଆଣ୍ଡ୍ରଏଡରେ ପ୍ରିମିୟମ ସବସ୍କ୍ରିପସନର ଘୋଷଣା ଏବେ ହୋଇ ନାହିଁ।ଟେଲିଗ୍ରାମର ସମସ୍ତ ୟୁଜର୍ସ ପାଇଁ ୨ ଜିବି ପର୍ଯ୍ୟନ୍ତ ଫାଇଲ ପଠାଇବାର ସୁବିଧା ଥିଲା। କିନ୍ତୁ ଟେଲିଗ୍ରାମ ପ୍ରିମିୟମ ଗ୍ରାହକଙ୍କ ପାଖରେ ୪ ଜିବି ଫାଇଲ ପଠାଇବାର ଲିମିଟ୍‌ ରହିଛି। ଟେଲିଗ୍ରାମ ପ୍ରିମିୟମ ସବସ୍କା୍ରଇବର୍ସ ପାଖରେ ଟେଲିଗ୍ରାମ ସର୍ଭରରେ ସବୁଠାରୁ ସ୍ପିଡ ଡାଉନଲୋଡ କରିବାର ଆକ୍ସେସ ରହିବ।

ଟେଲିଗ୍ରାମ ଉପଯୋଗ କର୍ତ୍ତା ୧୦୦୦ ଚ୍ୟାନେଲ ଅନୁସରଣ କରିପାରିବା ସହ ୨୦୦ ଚାଟ ପର୍ଯ୍ୟନ୍ତ ପ୍ରତ୍ୟେକ ସହିତ ୨୦ ଚାଟ୍ ଫୋଲ୍ଡର ବନେଇବା ଓ ମୁଖ୍ୟ ପେଜ୍ରେ ୨୦ ଚାଟ୍ ପିନ୍ କରିବାର କ୍ଷମତା ପ୍ରଦାନ କରୁଛି। ପେଡ ୟୁଜର ଟେଲିଗ୍ରାମ ଆକାଉଣ୍ଟରେ ଏକ ଚତୁର୍ଥ ଆକାଉଣ୍ଟ ମଧ୍ୟ ଯୋଡି ପାରିବେ। ପ୍ରିମିୟମ ଟିୟର ଗ୍ରାହକ ପସନ୍ଦର ୧୦ ଷ୍ଟିକର ପଠାଇ ପାରିବେ। ଏହା ଛଡା ଚାଟ୍ ଫୋଲ୍ଡରକୁ ବଦଳାଇବା ସହିତ ଚାଟ୍ ସୂଚୀ ବ୍ୟବସ୍ଥିତ କରିବା ଲାଗି ମଧ୍ୟ କ୍ଷମତା ପ୍ରଦାନ କରୁଛି। ଟେଲିଗ୍ରାମ ପ୍ରିମିୟମ ୟୁଜର୍ସ ଭଏସ ନୋଟ୍‌କୁ ଟେକଟ୍ସ ନୋଟରେ ବଦଳାଇର ସକ୍ଷମ ରଖିଛି। ଭଏସ ନୋଟ ଶୁଣିବା ବଦଳରେ ପଢିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏହା ସୁବିଧାଜନକ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading