ମହାରାଷ୍ଟ୍ରରେ ସଂଙ୍କଟ, ଏଭଳି ସ୍ଥିତିରେ ରାଜ୍ୟପାଳ କୋଭିଡ୍ ଆକ୍ରାନ୍ତ !

Creat A Revolution
           

ମୁମ୍ବାଇ -: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିବା ବେଳେ ଆଜି ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ କୋଭିଡ୍‌-୧୯ ପଜିଟିଭ୍‌ ବାହାରି ଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। ସର୍ବସାଧାରଣ ସ୍ଥାନମାନଙ୍କରେ ସବୁବେଳେ ‘ଫେସ୍‌ ମାସ୍କ୍‌’ ପିନ୍ଧୁଥିବା ଏବଂ କୋଭିଡ୍‌ ସଂଯମ ଆଚରଣ ଅନୁସରଣ କରୁଥିବା ୮୦ ବର୍ଷିୟ କୋଶ୍ୟାରୀଙ୍କୁ ଦକ୍ଷିଣ ମୁମ୍ବାଇସ୍ଥିତ ‘ଏଚ୍‌ଏନ୍‌ ରିଲାଏନ୍‌ସ୍‌ ଫାଉଣ୍ଡେସନ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଛନ୍ତି ବୋଲି ସେ କହିଛନ୍ତି। ତେଣେ, ରାଜ୍ୟର ରାଜନୈତିକ ପରିସ୍ଥିତି ପ୍ରତି ସଙ୍କଟ ସୃଷ୍ଟି କରି ଏକନାଥ ସିନ୍ଦେ ଏବଂ ଆଉ ୪୦ଜଣ ବିଦ୍ରୋହୀ ବିଧାୟକ ଗତ ପାହାନ୍ତାରୁ ସୁରତସ୍ଥିତ ହୋଟେଲ୍‌ରୁ ବାହାରି ବିମାନ ଯୋଗେ ଯାଇ ଗ‌ୌହାଟୀରେ ପହଞ୍ଚିଛନ୍ତି। ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଆଜି ସକାଳେ ବିଦ୍ରୋହୀ ବିଧାୟକମାନେ ଅବସ୍ଥାନ କରୁଥିବା ‘ରାଡିସନ୍‌ ବ୍ଲୁ ଗ‌ୌହାଟୀ ହୋଟେଲ୍‌’କୁ ଯାଇଥିଲେ।

Maharashtra govt employees to have 5-day working week soon | Mint

ସେପଟେ, ‘ଏମ୍‌ଭିଏ’ ସରକାରରେ ଉପୁଜିଥିବା ସଙ୍କଟ ବିଷୟରେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବରିଷ୍ଠ କଂଗ୍ରେସ ନେତା କମଲ ନାଥ ମୁମ୍ବାଇରେ ବରିଷ୍ଠ ନେତାମାନଙ୍କ ସହ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ମଧ୍ୟାହ୍ନ ବେଳକୁ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ଅପରାହ୍ଣ ୧ଟା ବେଳେ ଶରଦ ପୱାର୍‌ଙ୍କୁ ଭେଟିବେ।ମହାରାଷ୍ଟ୍ରର ଉପବାଚସ୍ପତି ନରହରି ସୀତାରାମ ଜିର୍‌ୱାଲ୍‌ ମଧ୍ୟ ଆଜି ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପୱାର୍‌ଙ୍କୁ ଭେଟିଛନ୍ତି। ସେହିପରି, ଗୃହମନ୍ତ୍ରୀ ଦିଲୀପ ୱାଲ୍‌ସେ-ପାଟିଲ୍‌ ମଧ୍ୟ ‘ଏନ୍‌ସିପି’ ମୁଖ୍ୟ ଶରଦ ପୱାର୍‌ଙ୍କୁ ସାକ୍ଷାତ କରିଛନ୍ତି।ଶିବସେନା ଏକନାଥ ସିନ୍ଦେଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ବୋଲି ସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି। ସେ କହିଛନ୍ତି, ରାଜ୍ୟପାଳଙ୍କୁ କୋଭିଡ୍‌ ହୋଇଛି। ତେଣୁ, ଆଗକୁ କ’ଣ ହେଉଛି ଦେଖିବା। ଏକନାଥ ସିନ୍ଦେ ଜଣେ ଶିବ ସୈନିକ ଏବଂ ତାଙ୍କ ସହିତ କଥାବାର୍ତ୍ତା ଚାଲିଛି। ଆଜି ସକାଳେ ତାଙ୍କ ସହିତ କଥାବାର୍ତ୍ତା କରିଥିଲି। ସେନାରେ କୌଣସି ଅସୁବିଧା ନାହିଁ, ସେମାନେ ଆମ ସହିତ ରହିବେ। ସିନ୍ଦେ ଆମର ପୁରୁଣା ବନ୍ଧୁ। ଆମର କଥାବାର୍ତ୍ତା ଚାଲିଛି। ଆମେ ଘଣ୍ଟାଏ ଧରି ଆଲୋଚନା କରିଛି। ଏଥିରେ ଲୁଚାଛପାର କିଛି କଥା ନାହିଁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading