ଜୁନ୍ ୨୪ ଶୁକ୍ରବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

Creat A Revolution
           

ମେଷ -: ନିଷ୍ଠା ପ୍ରଚେଷ୍ଟା ଯୋଗୁଁ ପୂର୍ବରୁ ନଷ୍ଟ ହୋଇଥିବା ମାନ ସମ୍ମାନ ମିଳିବ। ଶୃଙ୍ଖଳିତ ଜୀବନଯାପନ ଅତିବାହିତ କରିବେ। ବେସରକାରୀ ସ୍ତରରେ ନିଯୁକ୍ତି ମିଳିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି। ଶୁଭ ସଂଖ୍ୟା ୭ ଏବଂ ଶୁଭ ରଙ୍ଗ ସବୁଜ।

ବୃଷ -: ଆଜିର ଦିନ ଶୁଭ ସାବ୍ୟସ୍ତ ହୋଇପାରେ। ଧାର୍ମିକ କାର୍ଯ୍ୟରେ ରୁଚି ରଖୁଥିବା ବ୍ୟକ୍ତିଙ୍କର ମନ ଶାନ୍ତ ଓ ଖୁସି ରହିବ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ଅନ୍ୟ ଲାଭ ମିଳିବ। ସମାଜରେ ମାନ-ସମ୍ମାନ ବଢ଼ିବ ଓ ଚାକିରିରେ ଉନ୍ନତି ହେବ। ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ବାଇଗଣୀ।

ମିଥୁନ -: ଯେଉଁମାନେ ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ଶତ ପ୍ରତିଶତ ସଫଳତା ମିଳିବ। ଏହି ରାଶିର ଲୋକଙ୍କ ଜାତକରେ ଆୟ ବୃଦ୍ଧି ହେବ। ଏହା ସହ ନବ ବିବାହିତଙ୍କୁ ବୈବାହିକ ଜୀବନରେ ଭରପୂର ଖୁସି ମିଳିବ। ଶୁଭ ସଂଖ୍ୟା ୮ ଏବଂ ଶୁଭ ରଙ୍ଗ ଧଳା।

କର୍କଟ -: ଆଜି କ୍ୟାରିୟର ପାଇଁ ବହୁତ ଭଲ ସମୟ। ଆୟ ବୃଦ୍ଧି ପାଇବ। ବିଭିନ୍ନ ପ୍ରୋଗ୍ରାମରେ ସକ୍ରିୟ ରହିବେ। ଉପହାର ମିଳିପାରେ। ଚାକିରି କ୍ଷେତ୍ରରେ ନୂଆ ପଦ ପାଇବେ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ଧଳା।

ସିଂହ -: ଆଜି ପ୍ରତିଟି କାମ ମଙ୍ଗଳକାରୀ ସାବ୍ୟସ୍ତ ହେବ। ଚାକିରି କରୁଥିବା ଲୋକଙ୍କୁ ପ୍ରଶଂସା ମିଳିବ। ଦୈନିକ ଆୟ ବଢ଼ିବ। ସେହିପରି ଜମିଜମା କ୍ଷେତ୍ରରେ ମଧ୍ୟ ଲାଭ ମିଳିବ। ଶୁଭ ସଂଖ୍ୟା ୯ ଏବଂ ଶୁଭ ରଙ୍ଗ ହଳଦିଆ।

କନ୍ୟା -: ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ସନ୍ତାନଠୁ ଖୁସି ପାଇବେ। ପୁରୁଣା ଶତ୍ରୁ, ପୁରୁଣା ବିବାଦ ଏବଂ ପୁରୁଣା କଥା ସାମ୍ନାକୁ ଆସିପାରେ। ଆଶା ବାସ୍ତବତାରେ ପରିଣତ ହେବ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ବାଇଗଣୀ।

ତୁଳା -: ଆଜି ଅଧିକ ଲାଭବାନ ହେବେ। ଆର୍ଥିକ ଉନ୍ନତି ଘଟିବ। ଚାକିରି କରିଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବ୍ୟବସାୟ କରୁଥିବା ବ୍ୟକ୍ତି ଅଟକି ଥିବା ଟଙ୍କା ଫେରିପାଇବେ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ବାଇଗଣୀ।

ବିଛା -: ଯଦି କର୍ମକ୍ଷେତ୍ରରେ କାହାକୁ ଠକିଥିବେ ଆଜି ଧରାପଡିଯିବ। ଜମିଜମା ଏବଂ ଗାଡିକୁ ନେଇ କିଛି କଷ୍ଟ ପାଇପାରନ୍ତି। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଶୁଭ ସଂଖ୍ୟା ୩ ଏବଂ ଶୁଭ ରଙ୍ଗ ହଳଦିଆ।

ଧନୁ -: ଅଚାନକ ଧନ ଲାଭ ହେବାର ଯୋଗ ରହିଛି। ଏହା ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଯଦି ଆପଣ କେଉଁ ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଆର୍ଥିକ ଉନ୍ନତି ମିଳିବ। ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ଧଳା।

ମକର -: ମକର ରାଶିର ବ୍ୟକ୍ତିଙ୍କୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି। ରୋଜଗାର ବଢ଼ିବ ଓ ମାନ-ସମ୍ମାନ ବୃଦ୍ଧି ପାଇବ। କେବଳ ଏତିକି ନୁହେଁ, ସରକାରୀ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରିବ। ସେହିପରି ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ନିଯୁକ୍ତି ମିଳିପାରେ। ଶୁଭ ସଂଖ୍ୟା ୩ ଏବଂ ଶୁଭ ରଙ୍ଗ ହଳଦିଆ।

କୁମ୍ଭ -: କୁମ୍ଭ ରାଶିଙ୍କ ପାଇଁ ଦିନଟି ଭଲ। ଏହି ରାଶିଙ୍କ ବ୍ୟକ୍ତିଙ୍କର ଖୁବ ଉନ୍ନତି ହେବ। ଆର୍ଥିକ ସମସ୍ୟା ଦୂର ହେବ। ଶତ୍ରୁଙ୍କ ସବୁ କାମ ବିଫଳ ହେବ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ଲାଲ୍।

ମୀନ -: ଧନପ୍ରାପ୍ତି ହେବ। ଦୀର୍ଘ ଦିନ ଧରି ଅଟକିଥିବା କାମରେ ଆଜି ସଫଳତା ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ରହିଛି। ଦେହ ମନ ସୁସ୍ଥ ରହିବ। ଏକାଧିକ ଉପାୟରେ ଅର୍ଥ ଉପାର୍ଜନ କରିବେ।ଶୁଭ ସଂଖ୍ୟା ୮ ଏବଂ ଶୁଭ ରଙ୍ଗ ଗୋଲାପୀ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading