ରୋମ୍‌‌ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Creat A Revolution
           

 ଆଜି ରୋମ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା ବେଳେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ। ଗତକାଲି ଭାଟିକାନ ସିଟିରେ ପୋପ୍‌ ଫ୍ରାନ୍‌ସିସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ।ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ବୃତ୍ତିଗତ, ଉଦ୍ୟୋଗ, ଗବେଷଣା, ମିସନାରି, ଇଞ୍ଜିନିୟରିଂ, ଆଇଟି ପ୍ରଭୃତି ବିଷୟର ଛାତ୍ରଛାତ୍ରୀ ରହିଥିଲେ। ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତୀକରଣ ପ୍ରଭୃତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କର ସଫଳତାର କାହାଣୀ ଶୁଣି ଗର୍ବ ଅନୁଭବ କରିଥିଲେ। ପ୍ରବାସୀ ଓଡ଼ିଆମାନେ ଓଡ଼ିଶାର ବିକାଶ ପାଇଁ ନିଜ ଉତ୍ସର୍ଗୀକୃତ ମନଭାବକୁ ଦୋହରାଇଥିଲେ।

ୟୁରୋପରେ ଓଡ଼ିଆମାନେ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରୁଥିବା ଜାଣି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ। ଓଡ଼ିଶାରେ ଜାରି ରହିଥିବା ରୂପାନ୍ତରୀକରଣ ଅଭିଯାନ ବିଷୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅବଗତ କରାଇଥିଲେ ଓ ଓଡ଼ିଶାର ବିକାଶରେ ସହଭାଗୀ ହେବା ପାଇଁ ସେମାନଙ୍କୁ ଆମନ୍ତ୍ରିତ କରିଥିଲେ।ବ୍ରିଟେନ୍‌ରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ଗ୍ରହଣ କରାଯାଇଥିବା ପଦ‌କ୍ଷେପ ସମ୍ବନ୍ଧରେ ୟୁକେ ଓଡ଼ିଆ ସଂଘ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ‌ସେଥିପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଆାଶ୍ବାସନା ଦେଇଥିଲେ।

ବୃତ୍ତିଗତ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେମାନଙ୍କ ସଫଳତା ପାଇଁ ରାଜ୍ୟ ଗର୍ବିତ ବୋଲି କହିବା ସହ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ୧୦ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ନବୀନ ପଟ୍ଟାନୟକ । ରୋମ୍‌ ପରେ ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ । ୨୯ ତାରିଖରେ ଦୁବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ ।..


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading