ପୁଅକୁ ହତ୍ୟା କରିବା ପରେ ବାପାର ଆତ୍ମହତ୍ୟା …

Creat A Revolution
           

ନୂଆପଡ଼ା -: ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଥାନା ଫୋକଟପଡ଼ା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ଏଠାରେ ପୁଅକୁ ଟାଙ୍ଗିଆରେ ହାଣିବା ପରେ ବାପା ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କୌଣସି କାରଣରୁ ଫୋକଟପଡ଼ା ଗ୍ରାମର ନକୁଳ ରାଉତ(୫୫) ଓ ତାଙ୍କ ପୁଅ ସବିତ ରାଉତ(୩୫)ଙ୍କ ମଧ୍ୟରେ ଗତକାଲି ରାତିରେ ଭିଷଣ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନକୁଳ ରାଉତ ଘରେ ଥିବା ଏକ ଟାଙ୍ଗିଆରେ ପୁଅକୁ ହାଣିଥିଲେ।

ଘଟଣାସ୍ଥଳରେ ସବିତର ମୃତ୍ୟୁ ହୋଇଥିଲା। ଏହାପରେ ବାପା ନକୁଳ ରାଉତ ଘରେ ପଶିଯାଇ ଭିତରୁ କବାଟ ଦେଇ ଆତ୍ମହତ୍ୟା କରିଥିଲେ। ଘଟଣାସଂପର୍କରେ ଖବର ପାଇ ଧରମବନ୍ଧା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବହୃତ ଟାଙ୍ଗିଆ ଏବଂ ଉଭୟ ବାପପୁଅଙ୍କ ମୃତଦେହ ଜବତ କରିଛି। ଘଟଣା ସଂପର୍କରେ ଅଧିକ ତଦନ୍ତ କରୁଛି ପୁଲିସ୍। ସବିତ ରାଉତ ବିବାହିତ ବୋଲି ଜଣାଯାଇଛି। ତାଙ୍କର ସ୍ତ୍ରୀ, ଗୋଟିଏ ୧୧ ବର୍ଷର ପୁଅ ଓ ଗୋଟିଏ ୮ ବର୍ଷର ଝିଅ ଅଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading