ଖଗେଶ୍ବରଙ୍କୁ ନିଜ ଜନ୍ମଦିନରେ ବାଇକ୍ ଉପହାର ଦେଲେ ପ୍ରଣବ ପ୍ରକାଶ ଦାସ

Creat A Revolution
           

ଭୁବନେଶ୍ୱର -: 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ଯାନକୁ ମୋଟର ସାଇକେଲ ଉପହାର । ଉପହାର ଦେଇଛନ୍ତି ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ନବୀନ ପଟ୍ଟନାୟକଙ୍କୁ ନିସ୍ବାର୍ଥପର ଭାବେ ପ୍ରାଣଭରି ଭଲ ପାଉଥିବାରୁ ଉପହାର ଦେଇଛନ୍ତି ପ୍ରଣବ ପ୍ରକାଶ ଦାଶ । ପ୍ରଣବ ନିଜକୁ ନବୀନ ପଟ୍ଟନାୟକଙ୍କ ସଚ୍ଚା କର୍ମୀ ବୋଲି ଦର୍ଶାଇବା ସହ ଅନ୍ୟ ଜଣେ ସଚ୍ଚା କର୍ମୀକୁ ଉପହାର ଦେଇ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ବାର୍ତା ଦେଇଛନ୍ତି ।

ଜଣେ ସାଧାରଣ କର୍ମୀ ହେଲେ ବି ଦଳକୁ ଓ ନେତାଙ୍କୁ ଭଲ ପାଉଥିଲେ ଦଳ ନିଶ୍ଚିତ ତାଙ୍କୁ ମନେ ରଖିବ ଓ ସମ୍ମାନ ଦେବ ଏହି ବାର୍ତା ଦେଇଛନ୍ତି ପ୍ରଣବ ଦାଶ। ନବୀନ ପଟ୍ଟନାୟକ ଓ ଦଳର ସଚ୍ଚା କର୍ମୀଙ୍କୁ କୌଣସି ନା କୌଣସି ପ୍ରକାରେ ସହଯୋଗ ମିଳିବ ବୋଲି ବାର୍ତା ଦେଇଛନ୍ତି ।ଏହା ସହ କହିଛନ୍ତି ଯିଏ ନବୀନଙ୍କ ପ୍ରକୃତ ଫ୍ଯାନ୍ ମୁଁ ତାଙ୍କର ଫ୍ଯାନ୍

ନିଜ ଜନ୍ମ ଦିନରେ ଏଭଳି ନିଆରା ଢଙ୍ଗରେ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା ଖଗେଶ୍ବରଙ୍କୁ ମଟରସାଇକେଲ ଉପହାର ଦେଇଛନ୍ତି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। କୋରାପୁଟ ଗସ୍ତରେ ଅଛନ୍ତି ପ୍ରଣବ। ଆଜି ତାଙ୍କର ଜନ୍ମଦିନ। କର୍ମୀ ଓ ନେତାଙ୍କ ଗହଣରେ ନିଆରା ଢଙ୍ଗରେ ଜନ୍ମ ଦିବସ ପାଳନ କରିଛନ୍ତି।

ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ଭୁବନେଶ୍ୱରରୁ ଡାକି ମଟରସାଇକେଲ ଉପହାର ଦେଇ ଚକିତ କରିଛନ୍ତି ଖଗେଶ୍ବରଙ୍କୁ। ସାରା ରାଜ୍ୟରେ ନବୀନଙ୍କ ୧ନଂ ଫ୍ଯାନ୍ ଭାବେ ପରିଚିତ ଖଗେଶ୍ବର। ଉପହାରରେ ମଟରସାଇକେଲ ପାଇ ଖୁସି ପ୍ରକାଶ କରିବା ସହ ପ୍ରଣବଙ୍କୁ ଜନ୍ମଦିନର ଶୁଭେଛା ମଧ୍ୟ ଜଣାଇନ୍ତି। ଏହାପରେ ମଟରସାଇକେଲ ଚଲାଇ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି ଖଗେଶ୍ବର।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading