ବିବାହ ଜନିତ ସମସ୍ୟା ରହିଛି କି ? ଜପ କରନ୍ତୁ ଏହ ମନ୍ତ୍ର, ମନସ୍କାମନା ହେବ ପୂରଣ

Creat A Revolution
           

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହ ହେଉ ଅବା ପବିତ୍ର କାର୍ଯ୍ୟ ସବୁକିଛି ସଠିକ୍‌ ସମୟରେ ହେବା ଜରୁରୀ। ଏଥିରେ ଅବହେଳା କିମ୍ବା ବିଳମ୍ବ କଲେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଆପଣଙ୍କ ଜାତକରେ କିଛି ଗ୍ରହ ସହିତ ଆପଣଙ୍କ ରାଶିର ତାଳମେଳ ଖାଇଲେ ହିଁ ଉପଯୁକ୍ତ ସାଥି ବିଷୟରେ ସୂଚନା ମିଳିଥାଏ। କିନ୍ତୁ ଏମିତି କିଛି ଗ୍ରହ ରହିଛନ୍ତି, ଯାହାଙ୍କ ପାଇଁ ପବିତ୍ର କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇଥାଏ ଏବଂ ବିବାହ ବିଳମ୍ବରେ ହୁଏ। ବେଳେ ବେଳେ ବିବାହ ସମ୍ପନରେ ବହୁତ ବାଧା ଉପୁଜି ଥାଏ । ଅନେକ ସମୟରେ ବିବାହ ଅନୁଷ୍ଠିତ ହେବାର ଶେଷ ସମୟରେ ମଧ୍ୟ ବିବାହ ଭାଙ୍ଗି ଯାଇଥାଏ ।

କିମ୍ବା ବିବାହ ପରେ ଠିକ ସମ୍ପର୍କ ରହିନଥାଏ । ଏହିସବୁ ଅସୁବିଧାକୁ ଦୂର କରିବା ପାଇଁ ବାସ୍ତୁ ଶାସ୍ତ୍ର ମଧ୍ୟ ଆମର ସହାୟତା କରିଥାଏ । ଯେଉଁ ଲୋକଙ୍କ ବିବାହରେ ସମସ୍ୟା ଆସୁଥାଏ ତାଙ୍କୁ ଘରେ କଦଳୀ ଗଛ ଲଗାଇ ପ୍ରତିଦିନ ଗଛକୁ ପୂଜା କରିବା ଉଚିତ୍‌ । କଦଳୀ ଗଛରେ ବିଷ୍ଣୁଜୀଙ୍କର ବାସ ହୋଇଥାଏ । ଫଳରେ ସେ ବିବାହ ସମସ୍ୟାକୁ ତୁରନ୍ତ ଦୂର କରିଥାନ୍ତି । ଏମିତି ବିବାହଜନିତ ବାଧା ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ଉପାୟ କୁହାଯାଇଛି। ଉପାୟ ବ୍ୟତୀତ କେଉଁ ମନ୍ତ୍ର ଜପ କଲେ ବାଧାରୁ ମୁକ୍ତି ମିଳିବ। ତେବେ ବିବାହ ଜନିତ ବାଧା ଦୂର କରିବା ପାଇଁ ପାର୍ବତୀ ମନ୍ତ୍ର ଜପ କରିବା ଉଚିତ। ତେବେ ମନ୍ତ୍ର ଜପ କଲେ କ’ଣ ଲାଭ ମିଳେ ଜାଣନ୍ତୁ …

ବିବାହଜନିତ ବାଧା ପ୍ରତ୍ୟେକ ଜାତକରେ ରହିଥାଏ। କିନ୍ତୁ ଅନେକ ଥର ଏମିତି କିଛି ଜିନିଷ ନିୟନ୍ତ୍ରଣ ବାହାରେ ହୋଇଯାଏ, ଯାହାଦ୍ୱାରା ଆମେ ସଂପର୍କକୁ ଶେଷ କରିବା ବିଷୟରେ ଚିନ୍ତା କରିଥାଉ। କିନ୍ତୁ ପାର୍ବତୀ ମନ୍ତ୍ର ଜପ କରିବା ଦ୍ୱାରା ବିବାହ ସଫଳ ହୋଇଥାଏ।

ପାର୍ବତୀ ମନ୍ତ୍ର ଜପ କରିବା ଦ୍ୱାରା ଦୈବୀ ଶକ୍ତି ସହିତ ଜଡିତ ହୋଇଥାଏ ମଣିଷ। ତେଣୁ ଆପଣଙ୍କ ସଂପର୍କରେ ଶକ୍ତି ମଧ୍ୟ ଆସିଯଏ। ଯାହାଦ୍ୱାରା ଜୀବନ ସାଥି ସହିତ ଆପଣଙ୍କ ବନ୍ଧନ ମଜବୁତ ହୋଇଥାଏ।

ମନ୍ତ୍ର ଜପ କରିବା ଦ୍ୱରା ଆଭ୍ୟନ୍ତରୀଣ ଏବଂ ବାହ୍ୟ ବାଧା ମଧ୍ୟ ଦୂର ହୋଇଥାଏ। ତେଣୁ ବ୍ୟକ୍ତି ସ୍ପଷ୍ଟ ଭାବେ ଚିନ୍ତା କରିବାର ଶକ୍ତି ଆସିଥାଏ। ଆଉ ଆପଣଙ୍କ ସମସ୍ୟାର ସମାଧାନ ହୋଇଥାଏ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading