ରାଗ ପରମ ଚାଣ୍ଡାଳ, ନିଜ ରାଗକୁ ଶାନ୍ତ କରିବା ପାଇଁ ଆପଣାନ୍ତୁ ଏହି ଉପାୟ …

Creat A Revolution
           

ସବୁ ବାପାମା ନିଜ ପିଲା ଉପରେ ରାଗିବାକୁ ଚାହାଁନ୍ତି ନାହିଁ। କିନ୍ତୁ ବେଳେ ବେଳେ ପିଲା ଉପରେ ରାଗ ଆସିଯାଏ। ବେଳେ ବେଳେ ପିଲାର ଭୁଲ ଯୋଗୁଁ ହେଉ ଅବା ଆମ ଟେନସନ ଯୋଗୁଁ ଏପରି ରାଗ ଆସିଯାଏ। ଏହି କଥା ପିଲା ସହଜରେ ବୁଝିପାରନ୍ତି ନାହିଁ। ସେମାନଙ୍କୁ ଆପଣମାନେ ଧୈର୍ଯ୍ୟରେ ବୁଝାଇବାକୁ ପଡିବ। ତେବେ ଆପଣ ଯଦି ରାଗରେ ଆସି ପିଲା ଉପରେ ପାଟି କରୁଛନ୍ତି କିମ୍ବା ଗାଳି କରୁଛନ୍ତି, ତେବେ ଏହିସବୁ କଥାକୁ ଧ୍ୟାନରେ ରଖିବାକୁ ହେବ।

Teen Tantrums: How to Tackle Raging Teens | FamilyTime Blog

ସେନ୍ସ ଅଫ ହ୍ୟୁମର -:

ହସମଜା କଲେ ଆପଣଙ୍କ ସମସ୍ୟା ଦୂର ହୋଇନଥାଏ ସତ କିନ୍ତୁ ଆପଣ ଷ୍ଟ୍ରେସ ନିଶ୍ଚିତ ଭାବେ କମ୍‌ ହୋଇଯାଇଥାଏ। ଆପଣ ନିଜର ଷ୍ଟ୍ରେସ ଲେବଲକୁ କମ୍‌ କଲେ ହିଁ ଚିନ୍ତା କରିବାର ଶକ୍ତି ବଢିଥାଏ। ଆପଣଙ୍କ ରାଗ ମଧ୍ୟ କମ୍‌ ହୋଇଥାଏ।

Educate Your Children At Home With These Essential Tips - Real Exam News

ପିଲା ସହିତ ସାଙ୍ଗ ହୁଅନ୍ତୁ -:

ଯେତେବେଳେ ଆପଣ ପିଲା ସହିତ ସାଙ୍ଗ ଭଳି ସଂକର୍ପ ରଖିବେ, ସେତେବେଳେ ହିଁ ଆପଣ ଭଲ ଭାବେ ପିଲାକୁ ବୁଝିପାରିବେ। ସାଙ୍ଗ ହୋଇ ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ରଖିବାକୁ ଚେଷ୍ଟା କରନ୍ତୁ। ଏମିତି କଲେ ଆପଣଙ୍କ ଷ୍ଟ୍ରେସ କମ୍‌ ହୋଇଯାଏ।

ବ୍ରେକ୍‌ ନିଅନ୍ତୁ -:

ଯଦି ଆପଣଙ୍କର ମୁଡ୍‌ ଠିକ୍‌ ନାହିଁ କିମ୍ବା ପିଲା ଉପରେ ରାଗୁଛନ୍ତି। ତେବେ ଆପଣ ସବୁ କାମରୁ ବ୍ରେକ ନିଅନ୍ତୁ। ତେବେ ରାଗ ଥଣ୍ଡା ହେବା ପରେ ପରିସ୍ଥିତିକୁ ଆପଣ ସହଜରେ ବୁଝିପାରିବେ।

କିଛି ମିଠା ଖାଆନ୍ତୁ -:

ମିଠା ସବୁଠାରୁ ଉତ୍ତମ ଷ୍ଟ୍ରେସ ବୁଷ୍ଟର ବୋଲି କୁହାଯାଏ। ଏହାଛଡା ରାଗ ଆସିଲେ, ଆପଣ ମିଠା ଖାଇପାରିବେ। ଏହାଦ୍ୱାରା ଆପଣଙ୍କ ରାଗ କମ୍‌ ହେବା ସହିତ ଭଲ ଅନୁଭବ ମଧ୍ୟ କରନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading