Creat A Revolution
ଉଦୟପୁର
ଭାରତୀୟ ଜନତା ପାର୍ଟି (ବିଜେପି) ନେତା କପିଲ ମିଶ୍ରା କ୍ରାଉଡ ଫଣ୍ଡିଂରୁ କହ୍ନୈୟାଙ୍କ ପରିବାର ପାଇଁ ୧.୩୭ କୋଟି ଟଙ୍କା ସଂଗ୍ରହ କରିଛନ୍ତି। କ୍ରାଉଡ ଫଣ୍ଡିଂରୁ ୩୦ଦିନ ମଧ୍ୟରେ ୧କୋଟି ଟଙ୍କା ସଂଗ୍ରହ ପାଇଁ ଟାର୍ଗେଟ ଦିଆଯାଇଥିବା ବେଳେ ମାତ୍ର ୨୪ଘଣ୍ଟା ମଧ୍ୟରେ ହିଁ ୧.୩୭ କୋଟି ଟଙ୍କା ସଂଗ୍ରହ ହୋଇଛି। କପିଲ ମିଶ୍ରାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିଯାନରେ ୧୨ହଜାରରୁ ଅଧିକ ଲୋକ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରିଥିଲେ। କେବଳ ଫିଲ୍ମ ନିର୍ମାତା ମନୀଷ ମୁନ୍ଦ୍ରା ହିଁ ୧୧ଲକ୍ଷ ଟଙ୍କା ଦେଇଛନ୍ତି। କପିଲ ମିଶ୍ରାଙ୍କ ଅନୁଯାୟୀ ଦେଶ ତଥା ବିଶ୍ବର ବିଭିନ୍ନ କୋଣ ଅନୁକୋଣରୁ ଲୋକମାନେ ସାହାଯ୍ୟ ପଠାଇଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.