ପାଣି ବୋତଲ ଚୋରି କରିବାରୁ ମାଡ଼ ମାରିଥିଲା ଦୋକାନୀ, ମାସକ ପରେ ଘରକୁ ଫେରିଲେ ୩ ନାବାଳକ

Creat A Revolution
           

ରାଉରକେଲା -: ପାଣି ବୋତଲ ଚୋରି କରିନେଇଥିଲେ ୩ ନାବାଳକ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୋକାନ ମାଲିକାଣୀ ସେମାନଙ୍କୁ ମାଡ଼ ମାରିଥିଲା। ଏଣୁ ଭୟଭୀତ ହୋଇ ସେମାନେ ସମ୍ବଲପୁରକୁ ପଲାଇଥିଲେ। ପ୍ରାୟେ ମାସେ ପରେ ସମସ୍ତଙ୍କୁ ଉଦିତନଗର ପୁଲିସ ସୁରକ୍ଷିତଭାବେ ଉଦ୍ଧାର କରିଛି। ଗତ ମେ’ ୨୮ ତାରିଖ। ସ୍ଥାନୀୟ ମାଲଗୋଦାମ ଅଞ୍ଚଳର ତିନି ସମ୍ପର୍କୀୟ ଭାଇ(୯/୧୦ ବର୍ଷ) ଘରୁ ଚକୋଲେଟ୍‌ ଖାଇବାକୁ ବାହାରିଥିଲେ। ଉକ୍ତ ଅଞ୍ଚଳରେ ଥିବା ଏକ ରାସନ ଦୋକାନରେ ସେମାନେ ପହଞ୍ଚିଥିଲେ। ତେବେ ଦୋକାନ ମାଲିକାଣୀ ଅନୁପସ୍ଥିତ ‌ଦେଖି ପାଣି ବୋତଲ ଚୋରି କରିନେଇଥିଲେ।

ସେମାନେ ପାଣି ବୋତଲ ନେଇ ଫେରିଯାଉଥିବାବେଳେ ଦୋକାନ ମାଲିକାଣୀଙ୍କ ହାତରେ ଧରାପଡ଼ିଯାଇଥିଲେ। ଏଣୁ କୁଆଡ଼େ ଦୋକାନ ମାଲିକାଣୀ ନାବାଳକଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଏମିତିକି ଚୋରି କରୁଥିବା ନେଇ ପରିବାରବର୍ଗଙ୍କୁ ଅବଗତ କରିବେବୋଲି ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇପଡ଼ିଥିଲେ ତିନି ନାବାଳକ। ସେମାନେ ସିଧାସଳଖ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚି କୋଲକତାରେ ଥିବା ଜଣେ ଦୂର ସମ୍ପର୍କୀୟଙ୍କ ପାଖକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ତେବେ ସେମାନେ କୋଲକତା ଯିବା ବଦଳରେ ଭୁଲବଶତଃ ଅନ୍ୟ ଏକ ଟ୍ରେନରେ ଚଢ଼ି ସମ୍ବଲପୁରରେ ପହଞ୍ଚିଥିଲେ। ବିଳମ୍ବିତ ରାତିରେ ସେମାନେ ସମ୍ବଲପୁରରେ ପହଞ୍ଚିବାପରେ ସେଠାକାର ଆର୍‌ପିଏଫ୍‌ଙ୍କ ନଜର ପଡ଼ିଥିଲା। ସେମାନଙ୍କୁ ଆର୍‌ପିଏଫ୍‌ ଉଦ୍ଧାର କରି ରେଳବାଇ ପୁଲିସ ସହାୟତାରେ ଏକ ଚିଲ୍‌ଡ୍ରେନ୍‌ ହୋମ୍‌ରେ ରଖାଯାଇଥିଲା। ଅପରପଟରେ ତିନି ନାବାଳକ ପୁଅ ଘରକୁ ନ ଫେରିବାରୁ ଉଦିତନଗର ଥାନାରେ ଏତଲା ହୋଇଥିଲା। ମାମଲାର ତଦନ୍ତ ଜାରି ରଖି ଶେଷରେ ଉଦିତନଗର ପୁଲିସ ସମସ୍ତଙ୍କୁ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading