ଟାଙ୍ଗିରେ ବୋହୁକୁ ଜାଳିଦେଲେ, ଥାନାରେ ବାପଘର ଲୋକଙ୍କ ଅଭିଯୋଗ

Creat A Revolution
           

ଟାଙ୍ଗୀ -:

 ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡା କୁମ୍ଭାରସାହିରେ ଏକ ପାଇଖାନା ଘରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ କୁମ୍ଭାରସାହିର ପୁରୁଷୋତ୍ତମ ବେହେରା ଓରଫ୍ ଗଗନ ବେହେରାଙ୍କ ପତ୍ନୀ ସସ୍ମିତା ରଣା। ଗତକାଲି ବିଳମ୍ବିତ ରାତିରେ ସସ୍ମିତା ଦେହରେ ନିଆଁ ଲଗାଇ ପାଇଖାନା ଘରେ ଆତ୍ମହତ୍ୟା କରିଥିବା ସ୍ୱାମୀ ଗଗନ ସସ୍ମିତାଙ୍କ ବାପଘରକୁ ଖବର ଦେଇଥିଲେ। ଖବର ପାଇ ଯାଜପୁର ଦାମୋଦରପୁର ଗ୍ରାମର ସସ୍ମିତାଙ୍କ ପରିବାର ଲୋକେ ଆଜି ସକାଳେ କୁମ୍ଭାରସାହିରେ ପହଞ୍ଚିଥିଲେ। ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ସଂପର୍କରେ ତାଙ୍କ ବାପଘର ଲୋକେ ଟାଙ୍ଗୀ ଥାନାକୁ ଖବର ଦେଇଥିଲେ।

ଖବର ପାଇ ଟାଙ୍ଗୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଥିଲା।  ସସ୍ମିତାଙ୍କ ଦାଦା ରମେଶ ରଣା ତାଙ୍କ ଝିଆରୀକୁ ହତ୍ୟା କରାଯାଇଥିବା ଓ ଏଥିରେ ସସ୍ମିତାଙ୍କ ସ୍ୱାମୀ ଗଗନ ଓ ତାଙ୍କ ବଡ଼ ଭାଇ ଗଙ୍ଗାଧର ଓ ଭାଉଜ ସଂଯୁକ୍ତାଙ୍କ ସଂପୃକ୍ତି ଥିବା ଲିଖିତ ଅଭିଯୋଗ କରିଛନ୍ତି। ଟାଙ୍ଗୀ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଡକାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚନାମା କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଛି। ଘଟଣାସ୍ଥଳରେ ଟାଙ୍ଗୀ ଥାନା ଅଧିକାରୀ ସୁଚିତ୍ରବୀର୍ଜ୍ୟ ଦାସ୍, ଏସଡିପିଓ ସତ୍ୟବ୍ରତ ଲେଙ୍କା, ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ୍ ଲିପ୍ସା ରାୟ ପ୍ରମୁଖ ଉପସ୍ଥିତ ଥିଲେ। ପୁଲିସ୍ ମାମଲା ରୁଜ୍ଜୁ କରିବା ସହ ସସ୍ମିତାଙ୍କ ସ୍ୱାମୀ ଗଗନଙ୍କୁ ଟାଙ୍ଗୀ ଥାନାରେ ଅଟକ ରଖିଛି। ତେବେ ଗଗନ ନିଜ ଭାଉଜଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଓ ଏହି ଘଟଣାକୁ ପତ୍ନୀ ସସ୍ମିତା ବିରୋଧ କରିବାରୁ ତାଙ୍କୁ ସ୍ଵାମୀ ଓ ତାଙ୍କ ବଡ଼ ଭାଇ ଭାଉଜ ମିଶି ମାରି ଦେଇ ନିଆଁ ଲଗାଇ ଦେଇଥିବା ସସ୍ମିତାଙ୍କ ପରିବାର ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୯  ମେ ମାସ ୧୯ ତାରିଖରେ ଗଗନ ସ୍ବର୍ଗତ ଜଗବନ୍ଧୁ ରଣାଙ୍କ ସାନ ଝିଅ ସସ୍ମିତାଙ୍କୁ ବିବାହ କରିଥିବା ବେଳେ ତାଙ୍କର ଆଠ ମାସର ଏକ ଶିଶୁ ପୁତ୍ର ଅଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading