ଉଲଗ୍ନ ହେଲେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା, କହିଲେ ‘ଫିଲ୍ମ ନେଇଗଲା ସବୁକିଛି’

Creat A Revolution

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ନିଜର ବଲିଉଡ ଡେବ୍ୟୁକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିଜୟ ସାଉଥ ଇଣ୍ଡଷ୍ଟ୍ରୀରେ ଧମାଲ କରିବା ପରେ ଏବେ ବଲିଉଡ ଫିଲ୍ମ ଲାଇଗର ଜରିଆରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରିବାକୁ ଯୋଜନା କରିଛନ୍ତି। ଫିଲ୍ମର ନୂଆ ପୋଷ୍ଟର ଜାରି ହୋଇଛି, ଯେଉଁଥିରେ ବିଜୟ ନିଜର ବଡି ଦେଖାଉଥିବା ନଜର ଆସିଛନ୍ତି। ଏହି ଫିଲ୍ମରେ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ଥିବା ନଜର ଆସିବେଳେ ସୁପରଷ୍ଟାର ବକ୍ସର ମାଇକ ଟାଇସନଙ୍କ ଚରିତ୍ରରେ ଦେଖିବାକୁ ମିଳିବେ ବିଜୟ ଦେବରାକୋଣ୍ଡା ।

ପ୍ରଶଂସକମାନେ ଫିଲ୍ମ ପାଇଁ ବହୁତ ଦୀର୍ଘ ସମୟ ହେବ ଅପେକ୍ଷା କରି ରହିଛନ୍ତି। ହେଲେ ଏବେ ସମୟ ଆସି ଯାଇଛି ,ଖୁବ୍ ଶୀଘ୍ର ଫିଲ୍ମର ଟ୍ରେଲର ରିଲିଜ୍ ହେବାକୁ ଯାଉଛି। ଶନିବାର ଦିନ ନିର୍ମାତାମାନେ ଲାଇଗରରୁ ବିଜୟ ଦେବରାକୋଣ୍ଡାର ଏକ ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି । ଯେଉଁଥିରେ ତାଙ୍କୁ ସମ୍ପୂର୍ଣ୍ଣ ନ୍ୟୁଡ୍ ଭାବରେ ଦେଖିବାକୁ ମିଳିଛି । ଫଟୋରେ ସେ ତାଙ୍କର ଗୋଟିଏ ହାତରେ ଏକ ଫୁଲ ଧରିଛନ୍ତି, ଯେଉଁଥିରୁ ସେ ତାଙ୍କର ପ୍ରାଇଭେଟ୍ ପାର୍ଟକୁ ଲୁଚାଇ ରଖିଛନ୍ତି। ବିଜୟ ଦେବରାକୋଣ୍ଡାଙ୍କର ଏହି ସୁପର ବୋଲ୍ଡ ପୋଷ୍ଟର ରିଲିଜ୍ ସହ ଲାଇମଲାଇଟକୁ ଆସିଛି। ଏହା ପୂର୍ବରୁ ଅମୀର ଖାନଙ୍କ ଫିଲ୍ମ ପି.କେ ପାଇଁ ଏପରି ପୋଷ୍ଟର କରାଯାଇଥିଲା ।

ଅନ୍ୟପଟେ ବିଜୟ ଦେବରାକୋଣ୍ଡା ନିଜେ ଫିଲ୍ମର ଏହି ପୋଷ୍ଟରକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି, ‘ ଏହା ଏପରି ଏକ ଫିଲ୍ମ ଯାହା ମୋର ସବୁକିଛି ନେଇଥିଲା। ମାନସିକ, ଶାରୀରିକ ସ୍ତରରେ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ଏହା ମୋର ସବୁଠାରୁ ଚ୍ୟାଲେଞ୍ଜିଂ ଭୂମିକା ଥିଲା । ମୁଁ ମୋର ସବୁକିଛି ତୁମକୁ ଦେଇଛି। ମୁଁ ଶୀଘ୍ର ଆସୁଛି। ଗତବର୍ଷ ଡିସେମ୍ବରରେ ଫିଲ୍ମର ଟିଜର ରିଲିଜ ହୋଥିଲା। ଯେଉଁଥିରେ ବିଜୟ ମୁମ୍ବାଇର ସଡକରେ ବକ୍‌ିଂ କରୁଥିବା ଜଣେ ବକ୍ସରଙ୍କ ଭୂମିକାରେ ନଜର ଆସିଥିଲେ। ଫିଲ୍ମଟି କରନ ଜୋହର ପ୍ରଡକ୍ସନ ହାଉସ ଧର୍ମା ପ୍ରଡକ୍ସନରେ ନିର୍ମାଣ କରାଯାଉଛି। ଫିଲ୍ମର ନିର୍ଦ୍ଦେଶନା ପୁରୀ ଜଗନ୍ନାଥ ଦେଉଛନ୍ତି। ଫିଲ୍ମ ହିନ୍ଦୀ ସହି ତେଲୁଗୁ ଭାଷାରେ ମଧ୍ୟ ସୁ୍‌ଟ୍‌ କରାଯାଉଛି। ହିନ୍ଦୀ ଛଡା ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟଲମ ଭାଷାରେ ମଧ୍ୟ ରିଲିବ ହେବ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!