ଆଠଗଡ଼ରେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

Creat A Revolution
           

ଆଠଗଡ଼-: ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମପଞ୍ଚାୟତ ର ରାଉତରାପୁର କାଜୁ ଜଙ୍ଗଲ ମଧ୍ୟରେ ଆଜି ଅପରାହ୍ନରେ ଜଣେ ଅଜଣା ଯୁବକ ରସି ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି।ରସିଲଗାଇ ଥିବା କାଜୁ ଗଛ ନିକଟରେ ଏକ ମୋଟର ସାଇକେଲ ନମ୍ବର ଓଆର-୦୫-ଏଡି ୮୭୦୪ ଥୁଆହୋଇଥିଲା।ଗ୍ରାମବାସୀ ମାନେ ଦେଖିବା ପରେ ଆଠଗଡ଼ ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ଶହଶହ ଲୋକ ରୁଣ୍ଡ ହୋଇ ଥିଲେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଡାକ୍ତରଖାନା କୁ ପଠାଇଦେଇଥିଲା।ତେବେ ଯୁବକର ପରିଚୟ ଜାଣିବା ତଦନ୍ତ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ ବିଶ୍ୱଜିତ ଜେନା ସୂଚନା ଦେଇଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading