ଲୋକ ନିଜ ଘରକୁ ସଜାଇବା ପାଇଁ ବିଭିନ୍ନ ପ୍ରକାର ଜିନିଷ ମାର୍କେଟରୁ କିଣି ଆଣନ୍ତି। ଏମିତି କେତେକ ଅପ୍ରାକୃତିକ ଜିନିଷ ଆଣି ବର୍ଷ ବର୍ଷ ଧରି ଏହାକୁ ଘରେ ରଖନ୍ତି। କିନ୍ତୁ ଏହି ଜିନିଷ ଯୋଗୁଁ କେବେ କେବେ ଘରେ ବାସ୍ତୁ ଦୋଷ ଆସିଥାଏ। ଏମିତି ଜିନିଷ ମଧ୍ୟରେ ଅପ୍ରାକୃତିକ ଫୁଲ ବା ପ୍ଲାଷ୍ଟିକ ଫୁଲ। ପ୍ଲାଷ୍ଟିକ ଫୁଲର ପତ୍ର କେବଳ ଘରେ ନକାରାତ୍ମକ ଶକ୍ତି ନୁହେଁ ବରଂ ଏହାର ପ୍ରଭାବ ଘରେ ନକାରାତ୍ମକ ଭାବେ ଦେଖିବାକୁ ମିଳିଥାଏ। ଘରେ ଆର୍ଟିଫିସିଆଲ ଫୁଲ ରଖିବା ଦ୍ୱାରା କ’ଣ କ’ଣ କ୍ଷତି ହୁଏ ଜାଣନ୍ତୁ ….

ନକଲି ବା ପ୍ଲାଷ୍ଟିକ ଫୁଲ ଘରେ ସଜାଇବାରେ କ’ଣ ହୁଏ କ୍ଷତି -:
– ପେଙ୍ଗସୁଇ ଅନୁସାରେ, ଯଦି ଘରେ ଆର୍ଟିଫିସିଆଲ ଫୁଲ ବା ପ୍ଲାଷ୍ଟିକ ଫୁଲ ରଖିବା ବହୁତ ଅଶୁଭ ହୋଇଥାଏ। ଏହାଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ଆସିଥାଏ।
– ମାନ୍ୟତା ଅନୁଯାୟୀ, ଘରେ ପ୍ଲାଷ୍ଟିକ ଫୁଲ ଲଗାଇବା ଦ୍ୱାରା ଘରେ ଖୁସି ମଧ୍ୟ ନକଲି ହୋଇଯାଏ। ଘର ଲୋକଙ୍କ ମଧ୍ୟରେ ମତଭେଦ ବଢିଥାଏ।
– ଘରେ ପ୍ଲାଷ୍ଟିକ ଫୁଲ ଲଗାଇଲେ ଘର ଲୋକଙ୍କ ମଧ୍ୟରେ ମିଛ କହିବା ଏବଂ ଦେଖେଇ ହେବା ଗୁଣ ବଢିଯାଏ।
କେବଳ ପ୍ଲାଷ୍ଟିକ ଫୁଲ ନୁହେଁ ବରଂ ଘରେ ଶୁଖିଲା ଫୁଲ ରଖିବା ଉଚିତ ନୁହେଁ। ଏହା ବହୁତ ଅଶୁଭ ହୋଇଥାଏ। ଘରୁ ଖୁସି ଚାଲିଯାଏ। ଲୋକଙ୍କ ସ୍ୱଭାବ ଚିଡଚିଡା ହୋଇଯାଏ।
– ଆର୍ଟିଫିସିଆଲ ବା ପ୍ଲାଷ୍ଟିକ ଫୁଲ ଘରର ମହିଳାଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ମହିଳାମାନେ ଏଥିପାଇଁ ଚିନ୍ତା, ମୁଣ୍ଡବ୍ୟଥା ଇତ୍ୟାଦି ସମସ୍ୟାରେ ଗତି କରିଥାନ୍ତି।
Discover more from odia.bnslive.in
Subscribe to get the latest posts sent to your email.