ZEE ‘ଜି’ ନ୍ୟୁଜ ଆଙ୍କର କଳିର ମଞ୍ଜି, ୨ରାଜ୍ୟର ପୋଲିସ ମୁହାଁମୁହିଁ

Creat A Revolution
           

ନୂଆଦିଲ୍ଲୀ -: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଟିପ୍ପଣୀକୁ କଦର୍ଥ କରି ଏହାକୁ ଉଦୟପୁର ହିଂସା ଘଟଣା ସହ ଯୋଡ଼ିଥିବାରୁ ‘ଜି ନ୍ୟୁଜ୍’ ଆଙ୍କରଙ୍କ ବିରୋଧରେ କଂଗ୍ରେସ ମାମଲା ରୁଜୁ କରିବା ପରେ ମଙ୍ଗଳବାର ଉକ୍ତ ଆଙ୍କର ରୋହିତ ରଞ୍ଜନଙ୍କୁ ନେଇ ଦୁଇ ରାଜ୍ୟର ପୁଲିସ୍‌ ମୁହାଁମୁହିଁ ହୋଇଛନ୍ତି। ରୋହିତଙ୍କୁ ଗିରଫ କରିବାକୁ ଛତିଶଗଡ଼ ପୁଲିସ୍‌‌ ଆସି ତାଙ୍କ ଘର ସାମ୍ନାରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରିବାକୁ ନଦେଇ ହେପାଜତରେ ନେଇଛି ଗାଜିଆବାଦ୍‌ ପୁଲିସ୍‌। ଛତିଶଗଡ଼ ପୁଲିସ୍‌ ରୋହିତଙ୍କୁ ଗିରଫ କରିବାକୁ ତାଙ୍କ ଘର ସମ୍ମୁଖରେ ପହଞ୍ଚିବା ପରେ ରୋହିତ ରଞ୍ଜନ ଆଜି ସକାଳୁ ଏକ ଟ୍ବିଟ୍‌ କରି ଲେଖିଥିଲେ ଯେ ‘ସ୍ଥାନୀୟ ପୁଲିସ୍‌କୁ କୌଣସି ସୂଚନା ନଦେଇ ଛତିଶଗଡ଼ ପୁଲିସ୍‌‌ ମୋତେ ଗିରଫ କରିବାକୁ ମୋ ଘର ବାହାରେ ଛିଡ଼ା‌ ହୋଇଛି।

ଏହା କ’ଣ କାନୁନ ହିସାବରେ ଠିକ୍‌?’ ସେହି ଟ୍ବିଟ୍‌ରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତ, ଏସ୍‌ଏସ୍‌ପି ଗାଜିଆବାଦ୍‌ ଓ ଏଡିଜି ଜୋନ୍‌ ଲ‌କ୍ଷ୍ନୌକୁ ଟ୍ୟାଗ୍‌ କରିଥିଲେ।ଏହାର ଉତ୍ତରରେ ରାୟପୁର ପୁଲିସ୍‌ ରି-ଟ୍ବିଟ୍‌ କରି ଲେଖିଛି କି ‘ସୂଚନା ଦେବାର ସେପରି କୌଣସି ନିୟମ ନାହିଁ। ତଥାପି ବି ସୂଚନା ଦିଆଯାଇଛି। ଆପଣଙ୍କୁ ଗିରଫ କରିବାକୁ ପୁଲିସ୍‌ ଟିମ୍‌ କୋର୍ଟ ୱାରେଣ୍ଟ୍‌ ଦେଖାଇଛି। ଆପଣ ତଦନ୍ତରେ ସହଯୋଗ କରିବା ସହ କୋର୍ଟରେ ନିଜର ମତ ରଖନ୍ତୁ।’ଉଲ୍ଲେଖଯୋଗ୍ୟ,  ରାହୁଲଙ୍କ ୱାୟନାଡ଼ ଅଫିସରେ ନିକଟରେ ଭଙ୍ଗାରୁଜା ହୋଇଥିଲା। ରାହୁଲ ୱାୟନାଡ଼ ଗସ୍ତରେ ଥିବାବେଳେ ତାଙ୍କୁ ୱାୟନାଡ଼ ଅଫିସ୍‌ ଭଙ୍ଗାରୁଜା ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ରାହୁଲ କହିଥିଲେ, ବିଶ୍ବବ୍ୟାପୀ ସମସ୍ତେ ହିଂସାକୁ ବିଭିନ୍ନ ପ୍ରସଙ୍ଗର ସମାଧାନ ବୋଲି ବିବେଚନା କରୁଛନ୍ତି। କିନ୍ତୁ ହିଂସା କେବେ ସମସ୍ୟାର ସମାଧାନ କରିପାରିବନି। ତେଣୁ ହିଂସାଠୁ ଦୂରେଇ ରହିବା ଉଚିତ। ଏହା ଏକ ଦାୟିତ୍ବହୀନ ବ୍ୟବହାର। କିନ୍ତୁ ସେମାନଙ୍କ ପ୍ରତି ମୋର କିଛି ରାଗ ନାହିଁ। ରାହୁଲ ତାଙ୍କ ଅଫିସ ଭଙ୍ଗାରୁଜା କରିଥିବା ଦୁର୍ବୃତ୍ତଙ୍କୁ ଛୋଟ ପିଲା ବୋଲି କହିଥିଲେ ଏବଂ ସେମାନଙ୍କୁ କ୍ଷମା କରିଦେବାକୁ କହିଥିଲେ।

ତେବେ ରାହୁଲ ୱାୟନାଡ଼ ଅଫିସ ଭଙ୍ଗାରୁଜା ପ୍ରସଙ୍ଗ‌ରେ ଦୁର୍ବୃତ୍ତଙ୍କୁ ଛୋଟଛୁଆ ବୋଲି କହିଥିଲେ ସୁଦ୍ଧା ଜି ନ୍ୟୁଜ୍‌ ଆଙ୍କର ରାହୁଲଙ୍କ ଏହି ଟିପ୍ପଣୀକୁ ଉଦୟପୁର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ପାଇଁ ଯୋଡ଼ିଥିଲେ। ନ୍ୟୁଜ୍‌ ଆଙ୍କର ଦାବି କରିଥିଲେ ଯେ ରାହୁଲ ଗାନ୍ଧୀ କହ୍ନେୟା ଲାଲ୍‌ଙ୍କ ହତ୍ୟାକାରୀଙ୍କୁ ‌ଛୋଟ ପିଲା ବୋଲି କହୁଛନ୍ତି। ଉକ୍ତ ଘଟଣାକୁ କଂଗ୍ରେସ କଡ଼ା ବିରୋଧ କରିଥିଲା ଏବଂ ଏନେଇ ଜି ନ୍ୟୁଜ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଚେତାବନୀ ଦେଇଥିଲା ମଧ୍ୟ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading