ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ର ପୁରାଣ ପ୍ରସିଦ୍ଧ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ମାଉସୀ ମା ପୀଠରେ ପବିତ୍ର ହେରା ପଞ୍ଚମୀ ଉପଲକ୍ଷେ ଜ଼ିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କ୍ରିଷ୍ଣା କଲଚରଳ ଗ୍ରୁପ ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜ଼ିଲ୍ଲାପାଳ ପାରୁଲ ପଟୱାରୀ, ମୁଖ୍ୟ ବକ୍ତା ଭାବେ ଜ଼ିଲ୍ଲା ସୂଚନା ଓ଼ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ , ସଂମ୍ମାନିତ ଅତିଥିଭାବେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ସହ ନିର୍ଦେଶକ ସୁକାନ୍ତ କୁମାର ପ୍ରଧାନ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ |

ପଣ୍ଡିତ ପ୍ରଫୁଲ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ, ସମିତି ସଭ୍ୟା ମୌସୁମୀ ବାରିକ, ପରିଚାଳନା ଟ୍ରଷ୍ଟ ସଭାପତି କାଳୀକିଙ୍କର ଆଚାର୍ଯ୍ୟ, ଆଶିଷ କୁମାର ମହାପାତ୍ର, ଲକ୍ଷ୍ମୀନାରାୟଣ ସାମନ୍ତରାୟ, ଯୁବ ଆଇନୀଜୀବୀ ସୁର ପ୍ରସାଦ ବାରିକ ପ୍ରମୁଖ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ସ୍ମୁତି ଫଳକ ପ୍ରଦାନ କରିଥିଲେ | ଏହା ପରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏ ସମସ୍ତ କାର୍ଯ୍ୟକ୍ରମ ଙ୍କୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା ପରିଚାଳନା କରିଥିଲେ |
Discover more from odia.bnslive.in
Subscribe to get the latest posts sent to your email.