ଜଳେଶ୍ୱରରେ କଳା ପଲସର ଆତଙ୍କ, ଝାମ୍ପିନେଲେ ଲକ୍ଷାଧିକ ଟଙ୍କା

Creat A Revolution
           

ଜଳେଶ୍ୱର -:

 ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲା ବେଳେ କଳା ପ୍ଲସରେ ଆସି ୧ଲକ୍ଷ ୮୦ ହଜାର ଝାମ୍ପି ନେଲେ ଦୁର୍ବୁତ୍ତ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପଶ୍ଚିମବଙ୍ଗ ରାଜ୍ୟ ମୋହନପୁର ଥାନା ଘୋଳି ଗ୍ରାମର ବିନୟ ନାୟକ ଆଜି ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧିନସ୍ଥ ଏକ୍ସିସ ବ୍ୟାଙ୍କ ଶାଖା ରୁ ୧ଲକ୍ଷ ୮୦ ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ରଖି ବଡ଼ବଜାର ଛକରେ ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ।

ଏହି ସମୟରେ ଦୁଇ ଜଣ ଦୁର୍ବୁତ୍ତ ଏକ କଳା ପଲ୍‌ସର୍‌ରେ ଆସି ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ । ବିନୟ ଏନେଇ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲା ବେଳେ ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ତେବେ ଜଳେଶ୍ୱର ଥାନା ଅଂଚଳରେ ଦିନକୁ ଦିନ ରାହାଜାନି, ଛିନ୍‌ତାଇ ବଢି ଚାଲିଥିଲା ବେଳେ ପୋଲିସର ନୀରବତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading