ଶ୍ରୀଜଗନ୍ନାଥ ସେବାସଂସ୍ଥା ଆନୁକୂଲ୍ୟରେ ଆଠଦିନ ବ୍ୟାପି ୪୧ତମ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଉଦଯାପିତ

Creat A Revolution
           

ଆଠଗଡ଼(ସର୍ବେଶ୍ୱର ପଣ୍ଡା)-:

ଶ୍ରୀଜଗନ୍ନାଥ ସେବାସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ଆଠଦିନ ବ୍ୟାପି ୪୧ତମ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଉଦଯାପନ ଦିବସ।ବିଶିଷ୍ଟ ଗୀତିକାର ରାଧାନାଥ ଦାସଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଭଜନ ସମାରୋହରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ୱାଇଁ ମୁଖ୍ୟଅତିଥି, ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନଗୋପୀନାଥ ଯାଦବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ସମାରୋହକୁ ଉଦଘାଟନ କରିଥିଲେ।ଆଠଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ଯାଦବ ଉପଜିଲ୍ଲାପାଳ ଶ୍ରୀ ସ୍ବାଇଁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।

ହେଉଛି କଳା ସଂସ୍କୃତି ର ମାଟି।ଏହି ମାଟିରେ ବିଶିଷ୍ଟ ଭଜନ ଶିଳ୍ପୀ ନିମାଇଁ ହରିଚନ୍ଦନ, ମନ୍ମଥମିଶ୍ର ଓ ବିଶିଷ୍ଟ ଭଜନ ଗୀତିକାର ରାଧାନାଥ ଦାସ ଆଦି ଜନ୍ମଗ୍ରହଣ କରି ଏହି ମାଟିର ଟେକ ରଖିଛନ୍ତି ବୋଲି ଅତିଥିମାନେ ସେମାନଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ପଟାମୁଣ୍ଡାଇ ସ୍ୱରତୀର୍ଥ ର ଗୁରୁ ରବୀନ୍ଦ୍ର ମିଶ୍ର ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଭଜନ ଗାୟିକା ପ୍ରୀତିନନ୍ଦା ଓ ସାଥି ଭଜନ ପରିବେଷଣ କରିଥିଲେ।ଏହି ସମାରୋହକୁ ପାର୍ଥସାରଥୀ ପଟନାୟକ ସଂଯୋଜନା କରିଥିବା ବେଳେ ଶ୍ରୀଜଗନ୍ନାଥ ସେବାସଂସ୍ଥା ର ଉପସଭାପତି ଜଗଦାନନ୍ଦ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ।ଶହ ଶହ ଭକ୍ତ ଉପସ୍ଥିତରହି ଏହି ଭଜନ ସମାରୋହକୁ ଉପଭୋଗ କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading