ଆପଣଙ୍କ ପାଇଁ ଖୁସି ଖବର, ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ ସୋ’ ଭାଗ୍ୟ ଫିଟିବ

Creat A Revolution
           

ଖଣ୍ଡଗିରି -: ଉଦୟଗିରି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଭାଗ୍ୟ ଖୋଲିବ। ବିଳମ୍ବରେ ହେଲେ ମଧ୍ୟ ଏହି ସୋ’ ପାଇଁ ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ(ଆଇଟିଡିସି)କୁ ଅନୁମତି ପ୍ରଦାନ କରାଯାଇଛି। ଐତିହ୍ୟକୁ ସୁରକ୍ଷା ଦେଇ କିଭଳି ଓ କେଉଁ ପଦ୍ଧତିରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ କାମ କରିବ, ସେନେଇ ଏଏସ୍ଆଇ ନିର୍ଦେଶନାମା ଜାରି କରିଛି। ଏଥିସହ ରାଜଧାନୀର ଏହି ପ୍ରମୁଖ ଐତିହ୍ୟରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ସୋ’ ହେବା ନେଇ ଲାଗି ରହିଥିବା ବିବାଦର ଆପାତତଃ ପରିସମାପ୍ତି ଘଟିଛି। ଏକ ଦଶନ୍ଧି ତଳେ ଏହି ପ୍ରକଳ୍ପ ଲାଗି କାମ ଆରମ୍ଭ ହୋଇଥିଲା। ମାତ୍ର ଏଏସ୍ଆଇର ବିନା ଅନୁମତିରେ କୀର୍ତ୍ତିରାଜି ଖୋଳାକୁ ନେଇ ବିବାଦ ଦେଖା ଯିବା ପରେ ତାହାକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା‌। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ପରେ ଏବେ ପ୍ରକଳ୍ପ ଆଉ ପାଦେ ଆଗକୁ ବଢ଼ିଛି l ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଥିବା ଆଇଟିଡିସିକୁ ଏଏସ୍ଆଇ ପକ୍ଷରୁ ୨୨ ଦଫା ସର୍ତ୍ତମୂଳକ ଅନୁମତି ଦିଆଯାଇଛି।

Must See" Indian Heritage

ସର୍ତ୍ତ ଅନୁସାରେ ସ୍କ୍ରିପ୍ଟ, ଲେ- ଆଉଟ ଓ ପ୍ଲାନ ଅନୁଯାଇ ଲାଇଟ ଆଣ୍ଡ ସାଉଣ୍ଡ ସୋ’କୁ ଆଇଟିଡିସି ପରିଚାଳିତ କରିବ। ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ଯେପରି କୌଣସି କ୍ଷତି ନହୁଏ ସେଥିପ୍ରତି ଗୁରୁତ୍ବ ଦେବ। ସୋ’ ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି ହେବ। ଲାଇଟ, ସାଉଣ୍ଡ ଓ ଭିଜୁଆଲ ମଧ୍ୟରେ ସୁସାମଞ୍ଜସ୍ୟ ରହିବା ସହ ଏହାର କହିବା ଶୈଳୀ, ଉଚ୍ଚାରଣରେ ସ୍ପଷ୍ଟତା ରହିବ। ଏଏସ୍ଆଇ ବିଶେଷଜ୍ଞଙ୍କ ବିନା ଅନୁମତିରେ ସୋ’ର ପୂର୍ବ ନିର୍ଦ୍ଧାରିତ କୌଣସି ବିଷୟବସ୍ତୁକୁ ପରିବର୍ତନ କରାଯାଇ ପାରିବ ନାହିଁ। ଆଇଟିଡିସିକୁ ପ୍ରତିଦିନ ଏହି ସୋ’ ଚଲାଇବାକୁ ହେବ। ଦେଶ କିମ୍ବା ରାଜ୍ୟର କୌଣସି ସ୍ବତନ୍ତ୍ର ଦିବସ ଥିଲେ ଏଏସ୍ଆଇ ପକ୍ଷରୁ ସ୍ବତନ୍ତ୍ର ସୋ’ ପରିବେଷଣ କରାଯାଇପାରେ। କୀର୍ତ୍ତିରାଜି ଲୁଚିଯାଉଥିବା ଭଳି କୌଣସି ପ୍ରକାରର କାର୍ଯ୍ୟ କରାଯିବ ନାହିଁ। ଏଥିସହ ସୋ’ରେ ବ୍ୟବହାର ହେବାକୁ ଥିବା ସାଉଣ୍ଡ ସିଷ୍ଟମ ଛୋଟ ଓ କମ୍ ଶବ୍ଦ ବ୍ୟବହାର କରାଯିବ। ୪୦ ହର୍ଜରୁ ଅଧିକ ପରିମାଣର ଶବ୍ଦ କରୁଥିବା କୌଣସି ବୈଦ୍ୟୁତିକ ସରଞ୍ଜାମର ବ୍ୟବହାର ହେବ ନାହିଁ। କୀର୍ତ୍ତିରାଜିକୁ କ୍ଷତି ଓ ଆଘାତ କରିବା ଭଳି ସାମଗ୍ରୀ ଲାଗିବ ନାହିଁ। ସାମଗ୍ରୀଗୁଡ଼ିକ ଉପଯୁକ୍ତ ଆକାରର ଓ ପରିବେଶ ସହିତ ମେଳ ଖାଉଥିବା ଆବଶ୍ୟକ। ସମସ୍ତ ଜଳବାୟୁ ଓ ପରିସ୍ଥିତିରେ କାର୍ଯ୍ୟକ୍ଷମ ହୋଇପାରୁଥିବା ସାମଗ୍ରୀ ଲଗାଯିବ।

ଐତିହ୍ୟକୁ ସୁରକ୍ଷା ଦେଇ କାମ କରିବ ଆଇଟିଡିସି କାମ ଆରମ୍ଭ ଦିନରୁ ୫ ବର୍ଷ ଯାଏ ରକ୍ଷଣାବେକ୍ଷଣ କରିବ ୬୦:୪୦ ଅନୁପାତରେ ବଣ୍ଟା ହେବ ରାଜସ୍ବ

Udayagiri And Khandagiri, Bhubaneswar: How To Reach, Best Time & Tips

କୀର୍ତ୍ତିରାଜିକୁ ଅଧିକ ଆକର୍ଷଣୀୟ କରୁଥିବା ସ୍ଥାନରେ ଲାଇଟ୍‌ଗୁଡ଼ିକ ଲଗାଯିବା ଉଚିତ୍। ସୋ’ ଆରମ୍ଭ ହେବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ଆଇଟିଡିସି ଏହାର ସ୍ଥାପନ, ରକ୍ଷଣାବେକ୍ଷଣ କାର୍ଯ୍ୟ ସହ ବିଦ୍ୟୁତ୍ ବିଲ୍ ଖର୍ଚ୍ଚ ବହନ କରିବ। କୀର୍ତିରାଜିକୁ ଖୋଳା ନ ଯାଇ କେବୁଲ ଓ ତାର ବିଛାଯିବ। ବିନା କୌଣସି ବାଧାରେ ସୋ’ ଯେପରି ଚାଲିପାରିବ ସେନେଇ ଆଇଟିଡିସି ବିଦ୍ୟୁତ୍ ବ୍ୟାକଅପ୍ ବ୍ୟବସ୍ଥା ରଖିବ। ସୋ’ ପାଇଁ ଉଦ୍ଧିଷ୍ଟ ସ୍ଥାନରେ ବ୍ୟବହୃତ ହେବାକୁ ଥିବା ବେଞ୍ଚ ଓ ଚେୟାର ଯେପରି ଘୁଞ୍ଚିପାରୁଥିବ ଏବଂ କୀର୍ତୀରାଜି ସହ ସମାନତା ରଖୁଥିବ ତାହା ଉପରେ ଗୁରୁତ୍ବ ଦିଆଯିବ। କୌଣସି ବୈଦ୍ୟୁତିକ ଦୂର୍ଘଟଣାକୁ ଏଡ଼ାଇବା ପାଇଁ ତାର, ବିଦ୍ୟୁତିକ କେବୁଲ୍, ବିଦ୍ୟୁତ୍ ଯୋଗାଣ ଲାଇନ୍ ସମ୍ମୁଖରେ ବିପଦପୂର୍ଣ୍ଣ ସ୍ଥାନ ବୋଲି ଉଲ୍ଲେଖ ରହିବ।

ଅଗ୍ନିକାଣ୍ଡ ଭଳି ଦୂର୍ଘଟଣାକୁ ରୋକିବା ଲାଗି ଆବଶ୍ୟକୀୟ ଅଗ୍ନିଶମ ସାମଗ୍ରୀ ମହଜୁଦ ରଖାଯିବା ସହ ଚୋରିକୁ ରୋକିବାକୁ ସୁରକ୍ଷା ବ୍ୟବସ୍ଥା ଆଇଟିଡିସି କରିବ। ଏହାସତ୍ତ୍ବେ ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ଏଏସ୍ଆଇ ଦାୟୀ ରହିବ ନାହିଁ। ଏଥିରେ ଲାଗିବାକୁ ଥିବା ସମସ୍ତ ସାମଗ୍ରୀ ଓ ହେବାକୁ ଥିବା କାମ ଏଏସ୍ଆଇ, ଭୁବନେଶ୍ବରର ପ୍ରତିନିଧିଙ୍କ ପରାମର୍ଶ ଅନୁଯାୟୀ ହେବ। ଏଥିପାଇଁ ଏଏସ୍ଆଇ ଓ ଆଇଟିଡିସି ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର କରାଯିବ। ମିଳିବାକୁ ଥିବା ରାଜସ୍ବ ଆଇଟିଡିସି ଓ ଏଏସ୍ଆଇ ମଧ୍ୟରେ ୬୦:୪୦ ଅନୁପାତରେ ବଣ୍ଟା ହେବ। ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଞ୍ଜନ ବାରିକ କହିଛନ୍ତି ଯେ, ଏସମ୍ପର୍କରେ ଆଇଟିଡିସି ଓ ଏଏସ୍ଆଇ ମଧ୍ୟରେ ଜୁନ୍ ମାସରେ ବୈଠକ ହେବାର ଥିଲା। ବିଭିନ୍ନ କାରଣ ଲାଗି ତାହା ହୋଇପାରି ନାହିଁ। ଆସନ୍ତା ମାସକ ମଧ୍ୟରେ ବୈଠକ କରାଯାଇ ପ୍ରକଳ୍ପ ଲାଗି କେତେ ଟଙ୍କା ଖର୍ଚ୍ଚ ହେବ, କେବେ କାର୍ଯ୍ୟ ଆରମ୍ଭ ହୋଇ ସରିବ ସେନେଇ ରୂପରେଖ ପ୍ରସ୍ତୁତ ହେବ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading