ମାସ୍କ ନପିନ୍ଧିଲେ ହେବ କଡା କାର୍ଯ୍ୟାନୁଷ୍ଠାନ, କୋଭିଡ ଏବେ ଉପରମୁହାଁ

Creat A Revolution
           

ଭୁବନେଶ୍ବର

-:  ରାଜ୍ୟରେ କୋଭିଡ ଉପରମୁହାଁ। ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ନୂଆ ୫୧୨ କୋଭିଡ ଆକ୍ରାନ୍ତ। ରେଡ୍ ଜୋନରେ ତିନି ଜିଲ୍ଲା। ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲା ଏବେ ରେଡ୍ ଜୋନରେ ସାମିଲ ହୋଇଛି। ଖୋର୍ଦ୍ଧା ଟିପିଆର ରେଟ୍ ୧୦.୬ ପ୍ରତିଶତ ରହିଥିବା ବେଳେ କଟକରେ ୮.୧ ଓ ପୁରୀରେ ୭.୭ ପ୍ରତିଶତ ରହିଛି। ପୁଣି ଚିନ୍ତା ବଢାଇଲା କରୋନା। ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୦୦ ଟପିଛି। ରେଡ଼ ଜୋନକୁ ଆସିଲେ ତିନି ଜିଲ୍ଲା। ଖୋର୍ଦ୍ଧା, କଟକ ଏବଂ ପୁରୀ। ଖୋର୍ଦ୍ଧା ରେ ସଂକ୍ରମଣ ବୃଦ୍ଧି ପାଇବା ପରେ  ଭୁବନେଶ୍ବରରେ କୋଭିଡ କଟକଣାକୁ କଡ଼ାକଡ଼ି ଲାଗୁ କରିବା ଲାଗି ନିଷ୍ପତ୍ତି ହୋଇଛି।

ଏଣିକି ମାସ୍କ ନ ପିନ୍ଧିଲେ କଡା କାର୍ଯ୍ୟାନୁଷ୍ଠାନ ହେବ। ଆଦାୟ ହେବ ଫାଇନ। ଜୋଡ ହସ୍ତରେ ରାଜଧାନବାସୀଙ୍କୁ ଅନୁରୋଧ କରିଛନ୍ତି ମେୟର।  ରାଜ୍ୟରେ ଏବେ ୨୭୯୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।ଗତ କିଛିଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ଉପରକୁ ରହୁଛି। ଗତକାଲି ୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟର ୨୨ଟି ଜିଲ୍ଲାରୁ ୫୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରୁ ୮୯ ଓ ପୁରୀ ଜିଲ୍ଲାରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading