ବନ୍ଧୁ ଘରକୁ ଯାତ୍ରା ହେଲା ଶେଷ ଯାତ୍ରା, ସଲିଳ ସମାଧି ନେଲେ ଦୁଇ ନାବାଳକ

Creat A Revolution
           

ରାଉରକେଲା -:

 ରାଉରକେଲା କୋଏଲ ନଦୀରେ ବୁଡି ଦୁଇଜଣ ବାଳକ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ବାଳକ ନିଖୋଜ ଅଛନ୍ତି। ନିଖୋଜ ବାଳକ ଦୁଇ ଜଣଙ୍କୁ ଉଦ୍ଧାର କରିବା ଲାଗି ଫାୟାର ବ୍ରିଗେଡ଼ ଟିମର ପ୍ରୟାସ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଝାଡ଼ଖଣ୍ଡରୁ ଚାରିଜଣ ବାଳକ ତାଙ୍କ ବନ୍ଧୁଙ୍କ ଘରକୁ ବୁଲି ଆସିଥିଲେ। ଶନିବାର ଦିନ ଝିରିପାଣି ପମ୍ପ ହାଉସ ନିକଟ କୋଏଲ ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ଦୁଇଜଣଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନା ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବୁଡି ଯାଇଥିବା ଅନ୍ଯ ଦୁଇ ବାଳକଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading