ଘରୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ହତ୍ୟା ଧମକ …

Creat A Revolution
           

ମୟୂରଭଞ୍ଜ/ବୈଶିଙ୍ଗା -: ପୁଣି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଇଲାକାରେ ଲଜ୍ଜା। ଉକ୍ତ ଥାନା ଅନ୍ତର୍ଗତ ମେର୍ଦା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ଆଦିବାସୀ ସମ୍ପ୍ରଦାୟର ନାବାଳିକାକୁ ସ୍ଥାନୀୟ ୨ ଜଣ ଯୁବକ ଗଣ ଦୁଷ୍କର୍ମ ପରେ ହତ୍ୟାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ମା’ ବୈଶିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାଇ ଗତ ଗୁରୁବାର ଦିନ ଅସହ୍ୟ ଗୁଳୁଗୁଳି ପାଇଁ ରାତ୍ରିଭୋଜନ ସାରିବା ପରେ ପୀଡିତା ଓ ତାର ମା’ ଘର ବାରଣ୍ଡାରେ ଶୋଇଥିଲେ।

ମଧ୍ୟରାତ୍ରିରେ ପୀଡିତାର ମା’ ଗଭୀର ନିଦ୍ରାରେ ଶୋଇ ଯାଇଥିବାର ସୁଯୋଗ ନେଇ ଉକ୍ତ ଗ୍ରାମର ରଘୁ ମୁର୍ମୁ ଓ ଚାଣ୍ଟୁ ମୁର୍ମୁ ନାମକ ଦୁଇଜଣ ଯୁବକ ପୀଡିତାର ପାଟିକୁ ଜୋରରେ ଜାବୁଡି ଧରି ନିକଟସ୍ଥ ପଡିଆକୁ ଟେକି ନେଇଥିଲେ। ସେଠାରେ ସେମାନେ ଜଣେ ପରେ ଜଣେ ନାବାଳିକା ସହିତ ଦୁଷ୍କର୍ମ କରିଥିଲେ ଓ ଏ ଘଟଣା ସମ୍ବନ୍ଧରେ ବାହାରେ ପ୍ରକାଶ କଲେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଦୀର୍ଘ ସମୟ ପରେ ପୀଡିତା ବହୁ କଷ୍ଟରେ ଘଟଣାସ୍ଥଳରୁ କାନ୍ଦି କାନ୍ଦି ଆସି ଘରେ ପହଞ୍ଚିଥିଲା ଓ ଭୟଭୀତ ନହୋଇ ତା ମା’କୁ ଘଟଣା ସମ୍ପର୍କରେ ଜଣାଇଥିଲା। ପରେ ପୀଡିତାର ମା’ ଏ ନେଇ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ପାଇ ପୁଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଥିବାବେଳେ ପୋସ୍କୋ ଆକ୍ଟରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଧରିବାରେ ପ୍ରୟାସ ଜାରି ରଖିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading