ବିକ୍ଷୋଭକାରୀଙ୍କ ଦଖଲ କଲେ ରାଷ୍ଟ୍ରପତି ଭବନ, ପାଣିମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ

Creat A Revolution
           

ନୂଆଦିଲ୍ଲୀ : ଉଗ୍ର ହେଲା ଶ୍ରୀଲଙ୍କା ସଙ୍କଟ । ବିକ୍ଷୋଭକାରୀଙ୍କ ଦଖଲ କଲେ ରାଷ୍ଟ୍ରପତି ଭବନ । ଜୀବନ ବଞ୍ଚାଇବାକୁ ବାସଭବନ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜ୍‌ପାକ୍‌ସେ। କେଉଁଠି ଅଛନ୍ତି ଜଣାପଡିନଥିଲେ ମଧ୍ୟ ସେନା ମୁଖ୍ୟାଳୟରେ ଆଶ୍ରୟ ନେଇଥିବା ଅନୁମାନ କରାଯାଉଛି। ସବୁଠାରୁ ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଜୋରଦାର ବିକ୍ଷୋଭ । ଦେଶର ବିଭିନ୍ନ ପ୍ରାନ୍ତର ବହୁ ସଂଖ୍ୟାରେ ଲୋକ କଲମ୍ବୋରେ ଏକାଠି ହୋଇ ଗୋଟାବାୟାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହାତରେ ପ୍ଲାକାର୍ଡର୍, ଶ୍ରୀଲଙ୍କା ପତାକା ଓ ମୁଣ୍ଡରେ ହେଲମେଟ ପିନ୍ଧି ରାଷ୍ଟ୍ରପତି ଭବନ ଆଡକୁ ମାଡ଼ିଥିଲେ। ଧସେଇ ପଶିବା ବେଳେ ପୋଲିସ ସେମାନଙ୍କ ଉପରେ ପାଣିମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା।

କିନ୍ତୁ ବହୁ ସଂଖ୍ୟାରେ ବିକ୍ଷୋଭକାରୀଙ୍କ ଆଗରେ ପୋଲିସ ଅସହାୟ ହୋଇପଡ଼ିଥିଲା। ରାଷ୍ଟ୍ରପତି ଭବନରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଏହାକୁ ପୂରା ନିୟନ୍ତ୍ରଣକୁ ନେଇଛନ୍ତି ବିକ୍ଷୋଭକାରୀ। ଆର୍ଥିକ ସଙ୍କଟର ମୁକାବିଲା ପାଇଁ ସରକାର ବିଫଳ ହୋଇଥିବାରୁ ଗତ କିଛି ମାସ ଧରି ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶନିବାର ହେବାକୁ ଥିବା ବିଶାଳ ବିରୋଧ ପାଇଁ ଗତକାଲି ଠାରୁ ଶ୍ରୀଲଙ୍କାର ପଶ୍ଚିମ ପ୍ରାନ୍ତରେ ପୋଲିସ କର୍ଫ୍ୟୁ ଜାରି କରିଥିଲା। କିନ୍ତୁ ବିରୋଧୀ ଦଳ, ଦକ୍ଷିଣପନ୍ଥୀ ସଂଗଠନ ଓ ବିଭିନ୍ନ ଓକିଲ ସଂଘର ପ୍ରତିବାଦ ପରେ କର୍ଫ୍ୟୁକୁ ହଟାଇ ଦିଆଯାଇଥିଲା। ସାଧାରଣ ଜନତାଙ୍କ ବିରୋଧକୁ ସମର୍ଥନ କରିଛନ୍ତି ପୂର୍ବତନ କ୍ରିକେଟର ସନତ ଜୟସୁରିଆ। କହିଛନ୍ତି, ଜନତାଙ୍କ ବିଜୟ ହୋଇଛି। ଗୋଟାବାୟାଙ୍କ ଦୁର୍ଗ ପତନ ହୋଇଛି।

ସାର ଦେଶବାସୀ ଏକାଠି ହୋଇ ବିଫଳ ନେତାଙ୍କୁ ପ୍ରତ୍ୟାଖ୍ୟାନ କରିବା ନିଜ ଜୀବନରେ କେବେ ବି ଦେଖିନଥିଲେ ବୋଲି କହିଛନ୍ତି ଜୟସୂରିଆ। ପ୍ରକାଶଯୋଗ୍ୟ ଯେ ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିବା ପରେ ମାର୍ଚ୍ଚ ମାସରୁ ଦେଶବ୍ୟାପୀ ପ୍ରତିବାଦର ସ୍ୱର ତେଜୁଛି। ସାତ ଦଶନ୍ଧି ମଧ୍ୟରେ ସବୁଠାରୁ ଦୁର୍ଦ୍ଦିନରେ ଗତି କରୁଛି ଦେଶ । ପୂରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ତୈଳ ସଙ୍କଟ ଉତ୍କଟ । ମିଳୁନି ଖାଦ୍ୟ ପଦାର୍ଥ, ଔଷଧ । ତୈଳ ଅଭାବ ଯୋଗୁ ପରିବହନ ସେବା ଠପ୍‌ । ଦେଶର ଦୁର୍ଗତି ପାଇଁ ରାଷ୍ଟ୍ରପତି ଗୋଟାବାୟା ଓ ତାଙ୍କ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍‌ସେଙ୍କ ପରିବାରକୁ ଦାୟୀ କରିଛନ୍ତି ସିଂହଳୀବାସୀ। ପୂର୍ବରୁ ବିରୋଧ ହେବାରୁ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍‌ସେ ଓ ତାଙ୍କ ମନ୍ତ୍ରିମଣ୍ଡଳର ବହୁ ନେତା ମଧ୍ୟ ବାସଭବନ ଛାଡ଼ି ଆତ୍ମଗୋପନ କରିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading