ଗୁଗଲ ମ୍ୟାପ ଧରାଇଦେବ ଆପଣଙ୍କ ଗାଡ଼ି କେଉଁଠି ପାର୍କିଂ ହୋଇଛି

Creat A Revolution
           
Watch Now

କାର ହେଉ ଅବା ବାଇକ ହେଉ କିମ୍ବା ଇଲେକଟ୍ରିକ ଭେଇକିଲ ଏସବୁ ଲଙ୍ଗ ଡ୍ରାଇଭରେ ଯିବା ପାଇଁ ଭଲ ଅପସନ ହୋଇଥାଏ। ବିଶେଷ କରି ବର୍ଷା ଦିନରେ ଲଙ୍ଗ ଡ୍ରାଇଭରେ ଯିବା ପାଇଁ ହେଲେ ଏହିସବୁ ୍ରଅପସନ ବେଷ୍ଟ ହୋଇଥାଏ। କିନ୍ତୁ ଏଥିରେ ମଧ୍ୟ ଲୋକମାନଙ୍କୁ ବଡ଼ ସମସ୍ୟା ଭୋଗିବାକୁ ପଡ଼ିଥାଏ। ଖାସ କରି ନିଜ ଗାଡ଼ି ପାର୍କିଂ କୁ ନେଇ… ପ୍ରଥମରେ ଠିକ ସ୍ଥାନ ମିଳିନଥାଏ। ଦ୍ୱିତୀୟରେ ଗାଡ଼ି ରଖିବା ପରେ ଗହଳିରେ ଭୁଲି ଯାଆନ୍ତି ଯେ ସେମାନେ କେଉଁଠି ଏହାକୁ ପାର୍କ କରାଇଥିଲେ। ଯଦି ଆପଣ ବି ଏହି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ। ଗୁଗଲ ମ୍ୟାପ ସାହାଯ୍ୟରେ ଆପଣ ଏହା ସମସ୍ୟାରୁ ମୁକ୍ତି ପାଇପାରିବେ। ଗୁଗଲ ମ୍ୟାପସ୍‌ ରେ ଏକ ଏଭଳି ଟି୍ରକ ରହିଛି ଯେଉଁଥିରେ ଆପଣ ମାତ୍ର କେଇ ସେକେଣ୍ଡରେ ଜାଣିପାରିବେ ଯେ ହଜାର ହଜାର ଗାଡ଼ି ମଧ୍ୟରେ ଆପଣ ଙ୍କ ଗାଡ଼ି କେଉଁଠାରେ ପାର୍କ ହୋଇଛି। କେମିତି ଜାଣନ୍ତୁ..

ଏମିତିରେ ଆପଣ ଯେକୌଣସି ବାହନ ବା ଗାଡ଼ିକୁ ବ୍ୟବହାର କରନ୍ତୁ। ବିଶେଷ କରି ଗହଳି ସ୍ଥାନରେ ଗାଡ଼ି ପାର୍କିଂ କଲେ ସେହି ସ୍ଥାନକୁ ମନେ ରଖିବା କଷ୍ଟ ହୋଇଯାଏ। ଏମିତିରେ ଗହଳି ଭିତରୁ ଗାଡ଼ି ବାହାର କରିବା ପାଇଁ ଅଧିକ ସମୟ ମଧ୍ୟ ଲାଗିଯାଏ। ଏମିତିରେ କେବଳ ଗୁଗଲ ମ୍ୟାପ ହିଁ ଆପଣଙ୍କୁ ସାହାଯ୍ୟ କରିପାରିବ। ଗୁଗଲ ମ୍ୟାପରେ ଆପଣ ପାର୍କିଂ ସ୍ଥଳକୁ ପିନ କରିପାରିବେ। ଏହାପରେ ଆପଣ ଯେଉଁଠାରେ ବି ଥାଆନ୍ତୁ। ପିନ କରିବା ପରେ ସହଜରେ ପାର୍କିଂ ମଧ୍ୟରୁ ନିଜ ଗାଡ଼ିକୁ ଖୋଜି ପାଇପାରିବେ। ଗୁଗଲ ମ୍ୟାପର କହିବା ଅନୁଯାୟୀ ଏଥିରେ ଯେକୌଣସି ସ୍ଥାନକୁ ୨୦ ମିଟର ପର୍ଯ୍ୟନ୍ତ ସୀମିତ ରଖାଯାଇପାରିବ। ମାନେ ଆପଣଙ୍କୁ ଏହାରି ମାଧ୍ୟମରେ ହିଁ ସହଜରେ ଗାଡ଼ି ପାର୍କ କରିଥିବା ସ୍ଥାନ ସମ୍ପର୍କରେ ଜଣାପଡ଼ିଯିବ।

ଜାଣନ୍ତୁ ଏବେ ଷ୍ଟେପ …
-ସର୍ବ ପ୍ରଥମେ ନିଜ ଗାଡ଼ିକୁ ପାର୍କ କରିବା ପରେ ଗୁଗଲ ମ୍ୟାପକୁ ଓପନ କରନ୍ତୁ।
– ମ୍ୟାପରେ ବ୍ଲୁ ପ୍ଲେସକୁ କ୍ଲିକ କରନ୍ତୁ ଯାହା ଆପଣଙ୍କ ସ୍ଥିତିକୁ ଦର୍ଶାଉଥିବ।
-ତଳେ ଥିବା ବିକଳ୍ପ ମଧ୍ୟରୁ ସେଭ ପାର୍କିଂକୁ ସିଲେକ୍ଟ କରନ୍ତୁ।
-ଏହାପରେ ଆଣ ଯେବେ ବି ଗୁଗଲ ମ୍ୟାପକୁ ଓପନ କରିବେ। ସତେବେଳେ ଏକ ଲାଲ ମାର୍କର ଦେଖାଇବ। ଯାହା କୁ ଫଲୋ କଲେ ଆପଣ ନିଜ ଗାଡ଼ି ପାଖରେ ପହଞ୍ଚିଯିବେ।
-ଏହାପରେ ଅଧିକ ଜାନକାରୀ ଉପରେ କ୍ଳିକ କରନ୍ତୁ। ଏହାପରେ କ୍ଲିୟର ଉପରେ କ୍ଲିକ କରି ରିଫ୍ରେଶ କରନ୍ତୁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading