ମୁଁ ୧୦୦ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବି, ତୁମେ କିଛି କରିପାରିବ ନାହିଁ …

Creat A Revolution

ମୁଁ ୧୦୦ଜଣ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବି। ତୁମେ କିଛି କରିପାରିବ ନାହିଁ। ଏଭଳି କହୁଥିବା ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସମୟରେ ରାଗରେ ମୁହଁରୁ ଅନେକ କିଛି କଥା ବାହାରି ଯାଇଥାଏ। କିନ୍ତୁ ତା’ର ପରିଣାମ ଯେ ଏତେ ଭୟଙ୍କର ହେବ ତାହା କେହି କେବେ ଭାବିନଥିଲେ। ପ୍ରଥମେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ଏବଂ ପରେ ପରିସ୍ଥିତି ଏମିତି ହେଲା ଯେ କଥା ଛାଡପତ୍ର ଯାଏ ପହଞ୍ଚିଲା । ସ୍ତ୍ରୀ ସ୍ୱାମୀଙ୍କୁ ଧମକ ଦେଇଥିଲା ଯେ ଛାଡପତ୍ର ହେବାପରେ ତାଙ୍କ ସାମ୍ନାରେ ସେ ୧୦୦ ଜଣ ପର ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବେ ଏବଂ ସେ କିଛି କରିପାରିବେ ନାହିଁ । ଏଥିରେ ରାଗିଯାଇ ସ୍ୱାମୀ ଶେଷରେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି l ପତ୍ନୀଙ୍କ ଗଳା ଚିପି ହତ୍ୟା କରିବା ପରେ ଗିରଫ ଡରରେ ସ୍ୱାମୀ ମୃତଦେହକୁ ଘର ଭିତରକୁ ଟାଣି ନେଇ ରଶି ଲଗାଇ ଝୁଲାଇ ଦେଇଥିଲେ । ପରେ ସେ ନିଜେ ଯାଇ ପୁଲିସକୁ ସ୍ତ୍ରୀ ଆତ୍ମହତ୍ୟା କରିଥିବା ବିଷୟରେ ସୂଚନା ଦେଇଥିଲେ । ହେଲେ ପୁଲିସ ପୁରା ଘଟଣାର ଅନୁସନ୍ଧାନ କରିବା ପରେ ଶେଷରେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଥିଲା । ପ୍ରାପ୍ତ ସୂଚନା ଅନୁସାରେ,

ଏହି ଘଟଣାଟି ଘଟିଛି ଛତିଶଗଡର ବେମେତରା ଜିଲ୍ଲାରେ । ସେମରିଆ ଚୌକ ଖାନ୍ଦସାରା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଦୁଇ ମାସ ପୂର୍ବରୁ ତାଙ୍କ ପତ୍ନୀଙ୍କ ବିରୋଧରେ ଏକ ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ ସେ କହିଥିଲେ ଯେ ସେ ତାଙ୍କ ପତ୍ନୀଙ୍କ ସହ ଲକ୍ଷ୍ନୌ ରହୁଥିବା ବେଳେ ତାଙ୍କ ପତ୍ନୀ ଅନ୍ୟ ପୁରୁଷ ସହ ସମ୍ପର୍କ ରଖୁଥିଲେ। ପତ୍ନୀଙ୍କୁ ଅନ୍ୟ ଯୁବକ ସହ ଦେଖିବା ପରଠାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏ‌ଥିପାଇଁ ସେମାନେ ଜୁଲାଇ ୫ ତାରିଖରେ ଲକ୍ଷ୍ନୌରୁ ଟ୍ରେନ୍ ଯୋଗେ ବାହାରିବା ସହ ଜୁଲାଇ ୬ତାରିଖରେ ବେମେତରା ପହଞ୍ଚିଥିଲେ। ଘରେ ପହଞ୍ଚିବା ପରେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପାଇଁ ଆବେଦନ କରିଥିଲେ । ଏହା ପରେ ଜୁଲାଇ ୭ତାରିଖରେ ପୁଣି ଥରେ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଏହି ଝଗଡ଼ା ସମୟରେ ସ୍ତ୍ରୀ ସ୍ୱାମୀଙ୍କୁ କହିଥିଲା ଯେ ତୁମେ ମୋଠାରୁ ଛାଡପତ୍ର ନେଉଛ। ଦେଖିବ ତାପରେ ମୁଁ ଏହି ଘରେ ତୁମ ସାମ୍ନାରେ ୧୦ ଜଣ ପର ପୁରୁଷଙ୍କୁ ଡାକି ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବି । ଏଥିରେ ଉତକ୍ଷିପ୍ତ ହେଇ ଅଭିଯୁକ୍ତ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଗଳା ଚିପି ହତ୍ୟା କରିଥିଲେ। ହତ୍ୟାକୁ ଆତ୍ମହତ୍ୟା ଭଳି ଦେଖାଇବା ପାଇଁ ସେ ନିଜ ପତ୍ନୀଙ୍କ ମୃତଦେହକୁ ନିଜ ଶୋଇବା ଘରକୁ ଟାଣି ଟାଣି ନେଇ ବେକରେ ଲୁଗା ଗୁଡ଼ାଇ ମୃତଦେହକୁ ସିଲିଂ ଫ୍ୟାନରେ ଟାଙ୍ଗି ଦେଇଥିଲା। ଏହା ପରେ ଅଭିଯୁକ୍ତ ସ୍ୱାମୀ ଖାନ୍ଦସାରା ପୁଲିସ ଷ୍ଟେସନକୁ ଆସି ସ୍ତ୍ରୀ ଆତ୍ମହତ୍ୟା କରିଥିବା ରିପୋର୍ଟ ଲେଖାଇଥିଲେ । ହେ‌ଲେ ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!