ତିଗିରିଆ ନୂଆପାଟଣାରେ ମହିଳାଙ୍କୁ ଏସିଡ୍ ମାଡ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

Creat A Revolution
           

ଆଠଗଡ/ତିଗିରିଆ -: ତିଗିରିଆ ନୂଆପାଟଣାରେ ମହିଳାଙ୍କୁ ଏସିଡ ମାଡ଼। ମହିଳାଙ୍କୁ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବାବେଳେ, ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ନାମ ରିନା ସାହୁ, ବୟସ ୩୬। ଆଜି ଭୋର ୪ଟା ରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

ମହିଳା ଜଣଙ୍କ ଘରୁ ବାହାରକୁ ଆସିବା କ୍ଷଣି ହଠାତ୍‌ ତାଙ୍କୁ କିଏ ଏସିଡ ମାଡ଼ କରି ଖସି ପଳାଇ ଯାଇଥିବା ତିଗିରିଆ ପୋଲିସ୍ ସୂଚନା ଦେଇଛି। ଉକ୍ତ ମହିଳାଙ୍କ ଶରୀର ୫୦ ଭାଗ ପୋଡି ଯାଇଥିବା ଜଣାପଡ଼ିଛି । କାହିଁକି ଏବଂ କିଏ ଏସିଡ୍ ମାଡ଼ କରିଛି ପୋଲିସ୍ ତଦନ୍ତ ଜାରି ରଖିଥିବାବେଳେ ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମହିଳା ଙ୍କୁ ପ୍ରଥମେ ଏସସିବି ବଡ଼ ମେଡ଼ିକାଲର କାଜୁଆଲଟିରେ ଭର୍ତ୍ତି କରାଯାଇ ଚିକିତ୍ସା ଦେବା ପରେ ସର୍ଜରି ୱାର୍ଡକୁ ସ୍ଥାନାନ୍ତର କରାଯିବ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading