ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା)-: ଶାସକ ଦଳ ର ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ବିରୋଧ ରେ ତାଙ୍କ ପ୍ରେମିକା ସୋମାଲିକା ଦାଶ ଙ୍କ ଅଭିଯୋଗ କୁ ଭିତିକରି ଜଗତସିଂହପୁର ଥାନାରେ ଲିଖିତ ଏତଲା ଉପରେ ମାମଲା ରୁଜୁହୋଇଛି | ଏହି ଘଟଣା ରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ୍ୟ ପୋଲିସ ଅତିରିକ୍ତ ଆରକ୍ଷୀ ମହାମିର୍ଦେଶକ ଙ୍କୁ ଚିଠି କରି କ୍ରାଇମବ୍ରାଞ୍ଚ କୁ ତଦନ୍ତ କରିବାକୁ ଅନୁରୋଧ ଜଣାଇଛନ୍ତି | ହେଲେ ଏହି ଘଟଣାକୁ ଜ଼ିଲ୍ଲା ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସାହିତ୍ 379 ଦଫାରେ ତ୍ରିତୋଲ ବିଧାୟକ କୁ ତୁରନ୍ତ ଗିରଫ ଦାବି କରି ଆଇନୀଜୀବୀ ରାଜକିଶୋର ବେହେରାଙ୍କ ନେତୃତ୍ୱ ରେ ଜ଼ିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ଉପ ସଭାପତି ବିଜୟ ଦାଶ, ସୌଭାଗ୍ୟ ମହାନ୍ତି , ଦିଲ୍ଲୀପ ମହାନ୍ତି, ସମ୍ପାଦକ ଜ୍ୟୋତି ରଞ୍ଜନ ସାହୁ ପ୍ରମୁଖ ଜଗତସିଂହପୁର ଥାନା ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି | ଯଦି ସପ୍ତାହକ ମଧ୍ୟ୍ୟ ରେ ତ୍ରିତୋଲ ବିଧାୟକ ଙ୍କୁ ଗିରଫ କରାନଯାଏ ତେବେ ବିଜେପି ରାଜ ରାସ୍ତା ଙ୍କୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି |
ତିର୍ତ୍ତୋଲ ବିଧାୟକଙ୍କୁ ଗିରଫ ଦାବି କଲା ବିଜେପି
Creat A Revolution