ସାଲେପୁରରେ ଚୋରଙ୍କ ଉତ୍ପାତ, ଜପକୁଦ ଫାଣ୍ଡି ଅଞ୍ଚଳରେ ମନ୍ଦିରରୁ ସିରିଜ ଚୋରୀ

Creat A Revolution
           

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଦିନକୁ ଦିନ କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ କଟରପା ପଞ୍ଚାୟତ ର ଜପକୁଦ ଅଞ୍ଚଳରେ ଚୋର ଙ୍କ ପାଦ୍ରୁଭାବ ବଢିବାରେ ଲାଗିଛି ।ବିଗତ ଚାରି ପାଞ୍ଚ ମାସ ଭିତରେ ଜପକୁଦ ଅଞ୍ଚଳର ବହୁ ଦୋକାନ ସ୍କୁଲ ମନ୍ଦିରରୁ ଚୋରୀ ହୋଇଥିଲା ।ଏବେ ଦୁଇଟି ମନ୍ଦିରରୁ ଚୋରୀ ହୋଇଥିବା ବେଳେ ପୋଲିସର ତଦନ୍ତ ସରିନଥିବା ବେଳେ ଗତକାଲି ରାତିରେ ଜପକୁଦ ଅଞ୍ଚଳର ଚାରି ପାଞ୍ଚଟି ମନ୍ଦିରରୁ କେହି ଦୁର୍ବୁତ୍ତ ବଡବଡ ଘଣ୍ଟି ସବୁ କାଟି ନେଇଛି ।ଜପକୁଦ ଫାଣ୍ଡି ଅନ୍ତର୍ଗତ ମହନାପୁର ତାରିଣୀ ମନ୍ଦିର ,କାଳୀ ମନ୍ଦିର,ହନୁମାନ ମନ୍ଦିର ଇତ୍ୟାଦିରୁ ବଡବଡ ଘଣ୍ଟି ସବୁ ଚୋରୀ ହୋଇଛି ।

ପୋଲିସ ର ରାତ୍ର ପେଟ୍ରୋଲିଂ ଠିକସେ ହେଉନଥିବାରୁ ଏଭଳି ଚୋରୀ ସବୁ ହେଉଛି ।ଏବାବଦରେ ଆଜି ଶ୍ରୀପତି ମିଶ୍ର ଜପକୁଦ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ଜପକୁଦ ଫାଣ୍ଡିର ନୂତନ ଅଧିକାରୀ ଓଆଇସି ମାନସ ରଞ୍ଜନ ମିଶ୍ର ଆକ୍ସନ ମୁଡକୁ ଆସିଛନ୍ତି ।ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ପୋଲିସ ର ତଦନ୍ତ ଉପରେ ଗ୍ରାମବାସୀ ମାନଙ୍କର ପୂର୍ଣ ବିଶ୍ବାସ ରହିଛି ଯେ ଚୋର ନିଶ୍ଚିତ ଧରା ପଡିବ ।ଦେଖିବାକୁ ରହିଲା ନୂତନ ଭାବେ ଦାଇତ୍ୱ ନେଇଥିବା ଓଆଇସି ମାନସ ରଞ୍ଜନ ମିଶ୍ର କିପରି ତଦନ୍ତ କରି ଚୋର ଧରୁଛନ୍ତି ନା ପୂର୍ବ ମନ୍ଦିର ଚୋରୀ ଘଟଣା ଭଳି ତଦନ୍ତ ତଦନ୍ତ ରେ ରହିଯାଉଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading