ଆଷାଢ଼ ପୂର୍ଣ୍ଣିମା ପରେ ଶ୍ରାବଣ ମାସ ପଡ଼ିଥାଏ। ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଖୁବ୍ ପବିତ୍ର ବୋଲି ବିବେଚନା କରାଯାଏ। ଚଳିତ ବର୍ଷ ଏହି ପବିତ୍ର ମାସର ଆରମ୍ଭ ଜୁଲାଇ ୧୪ ଅର୍ଥାତ୍ ଗୁରୁବାର ଠାରୁ ହେଉଛି। ଶ୍ରାବଣ ମାସକୁ ଭଗବାନ ଶିବଙ୍କର ସବୁଠୁ ପ୍ରିୟ ମାସ ବୋଲି କୁହାଯାଏ। ଧାର୍ମିକ ମାନ୍ୟତା ଅନୁସାରେ, ଏହି ମାସରେ ଦେବ ଦେବ ମହାଦେବଙ୍କୁ ବିଧିପୂର୍ବକ ପୂଜାର୍ଚ୍ଚନା କରିବା ଦ୍ୱାରା ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତ ଜୀବନରୁ ସବୁ କଷ୍ଟ ଦୂର କରିଥାନ୍ତି।କୁହାଯାଏ ଶ୍ରାବଣରେ କିଛି କାର୍ଯ୍ୟ କରିବା ଉଚିତ୍ ନୁହେଁ । କାରଣ ଏହି କାର୍ଯ୍ୟ କଲେ ଭଗବାନ ଶିବ ଅସନ୍ତୁଷ୍ଟ ହୋଇ ଯାଆନ୍ତି । ଏହି ସବୁ କାର୍ଯ୍ୟ ଭିତରେ ରହିଛି ଦାଢ଼ି ଓ ବାଳ କାଟିବା ।
ଶ୍ରାବଣ ମାସରେ ଏହି କାର୍ଯ୍ୟ କରନ୍ତୁ ନାହିଁ …
୧. ଶ୍ରାବଣ ମାସରେ ବାଳ ଓ ଦାଢ଼ି କାଟିବାକୁ ବାରଣ କରାଯାଇଛି । ଯଦି ଆପଣ ଶ୍ରାବଣ ବ୍ରତ ରଖିଥାନ୍ତି,ତେବେ ବାଳ ଓ ଦାଢ଼ି କାଟିବାରୁ ବିରତ ରୁହନ୍ତୁ ।
୨. ନଖ କାଟିବା ଓ ଶରୀରରେ ତେଲ ମାରିବା ମଧ୍ୟ ବାରଣ କରାଯାଇଛି । ଏମିତି କରିବା ଦ୍ୱାରା ଗ୍ରହ ଦୋଷ ଲାଗିଥାଏ ଓ ଶ୍ରାବଣ ବ୍ରତ ଫଳଦାୟୀ ହୋଇ ନଥାଏ ।
୩. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦାଢ଼ି ଓ ବାଳ କାଟିବା ନିୟମ ସମସ୍ତଙ୍କ ଉପରେ ଲାଗୁ ହୋଇଥାଏ । ଏହା ଇଚ୍ଛାଗତ ତେବେ ବାଧ୍ୟବାଧକତା ନୁହେଁ ।
୪. ଶ୍ରାବଣ ମାସରେ ପିଆଜ ରସୁଣ ଖାଇବା କିମ୍ବା ମଦ ମାଂସ ସେବନ କରିବା ମନା ହୋଇଥାଏ ।
୫. ଭୋଳାନାଥଙ୍କୁ ଜଳ ଓ ବେଲପତ୍ର ଚଢ଼ାଇବା ହୋଇଥାଏ ଉତ୍ତମ ।
୬. ଶ୍ରାବଣ ମାସରେ କେବେ ମନରେ ନକରାତ୍ମକ ଭାବନା ଆଣନ୍ତୁ ନାର୍ହି ।
୭. ଯଦି ଆପଣ ମହାଦେବଙ୍କ ଆଶିର୍ବାଦ ପାଇବାକୁ ଚାହୁଁଛନ୍ତି,ତେବେ ଏହି ମାସରେ ଆପଣ ନିଜର ପିତା-ମାତା ଓ ଗୁରୁଙ୍କୁ ସମ୍ମାନ କରନ୍ତୁ ।
୮. ଶ୍ରାବଣ ମାସରେ ପୂଜା କଲାବେଳେ ଶୁଦ୍ଧତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।
Discover more from odia.bnslive.in
Subscribe to get the latest posts sent to your email.