ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ବିଭିନ୍ନ ଦାବି ନେଇ ଚାଷୀ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି | ରାଜ୍ୟ ସରକାର କ୍ରମାଗତ ଭାବେ ଚାଷ ଓ ଚାଷୀଙ୍କୁ ଉପେକ୍ଷା କରି ଚାଲିଛନ୍ତି | ସ୍ୱାଧୀନତା ର 75ବର୍ଷ ପରେ ମଧ୍ୟ୍ୟ ଜଗତସିଂହପୁର ଜ଼ିଲ୍ଲା ରେ ଶୀତଳ ଭଣ୍ଡାର ନାହିଁ | ସମସ୍ତ ଜମିକୁ ଜଳ ସେଚନ ଜନ ନିଷ୍କାସନ ର ସୁବିଧା ନାହିଁ | ଷଣ୍ଡ, ମାଙ୍କଡ଼, ହରିଣ ଉପଦ୍ରଵ ରେ ଚାଷୀ କୂଳ ହତାଶ | ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶ ଛୁଆଁ | ରାଜ୍ୟରେ ବେକାରୀ ସମସ୍ୟା ହୁଁ ହୁଁ ହୋଇ ବଢୁଛି | ଏଥି ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ତୁରନ୍ତ ଯୋଜନା ପ୍ରଣୟନ କରି ନିତି ନିର୍ଧାରଣ କରିବାକୁ ଦାବି କରି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରୁ ଶ୍ରୀକ୍ରିଷ୍ଣ ଏକାଡେମୀ ପଡିଆରୁ ଏକ ପ୍ରତିବାଦ ଶୋଭାଯାତ୍ରା ବଜାର ପରିକ୍ରମା କରି ଜ଼ିଲ୍ଲାପାଳ କୁ ଦାବିପତ୍ର ପ୍ରଦାନ କରିଛି |ଏହି ପ୍ରତିବାଦ ଶୋଭାଯାତ୍ରା ରେ ନବ ନିର୍ମାଣ କୃଷକ ସଂଗଠନ ଜ଼ିଲ୍ଲା ଆବାହକ ରଶ୍ମି ରଞ୍ଜନ ସ୍ୱାଇଁ |ଦେବୀ ପ୍ରସାଦ ମହାରଣା | କୃଷକ ନେତା ନିତ୍ୟାନନ୍ଦ ପଣ୍ଡା | ଅଭୟ ସ୍ୱାଇଁ ପ୍ରମୁଖ ଶତାଧିକ କର୍ମକର୍ତା ଯୋଗଦେଇଥିଲେ |
Discover more from odia.bnslive.in
Subscribe to get the latest posts sent to your email.