ଓଡିଶାରେ ଆସିଲା ଭୟଙ୍କର ବନ୍ୟା , ପୋଲାଭରମକୁ ଦାୟୀ କଲେ ବିଜେଡି ନେତା

Creat A Revolution

ମାଲକାନଗିରି -: ମାଲକାନଗିରି ଜିଲ୍ଲା ସମେତ ମୋଟୁ ଅଂଚଳରେ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ସିଧାସଳଖ ପୋଲାଭରମକୁ ଦାୟୀ କରିଛି ବିଜେଡି। ପୋଲାଭରମ ପ୍ରକଳ୍ପ ଯୋଗୁଁ ଜଳ ନିଷ୍କାସନ ହୋଇନପାରି ମାଲକାନଗିରି ଜିଲ୍ଲାର ମୋଟୁ ଅଂଚଳର ଗାଁଗୁଡକ ଜଳମଗ୍ନ ହୋଇଛି। ପୋଲାଭରମ କାର୍ଯ୍ୟ ସଂପୂର୍ଣ୍ଣ ନହେଉଣୁ ଓଡିଶାରେ ବର୍ଷା ନହେବା ସତ୍ବେ ଏଭଳି ସ୍ଥିତି ଉପୁଜିଥିବା ବେଳେ ଏହାର କାମ ଶେଷ ହେଲେ ମାଲକାନଗିରିର ମୋଟୁ ଅଂଚଳ ସଂପୂର୍ଣ୍ଣ ଜଳମଗ୍ନ ହେବ।

watch Now

ତେଣୁ ଏହାକୁ କଡା ବିରୋଧ କରିଛନ୍ତି ବିଜେଡି ନେତା ପ୍ରଦୀପ ମାଝି। ଆଜି ମୋଟୁର କ୍ଷତିଗ୍ରସ୍ତ ଅଂଚଳ ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲା ସରକାରୀ ଦଳ ବା ବିଜେଡିର ଏକ ଟିମ। ଏପଟେ ବନ୍ୟାର ପଞ୍ଚମ ଦିନରେ ସ୍ଥିତି ସ୍ବାଭାବିକ ରହିଥିଲେ ମଧ୍ୟ ମୋଟୁ ସୀମାରେ ଜାତୀୟ ରାଜପଥରୁ ପାଣି ସଂପୂର୍ଣ୍ଣ ଖସିନଥିବାରୁ ଆନ୍ଥଃରାଜ୍ୟକୁ ଯୋଗାଯୋଗ ସ୍ବାଭାବିକ ହୋଇପାରିନାହିଁ। ପ୍ରଶାସନ କ୍ଷତିଗ୍ରସ୍ତମାନଙ୍କୁ କ୍ଷୟକ୍ଷତିର ଆକଳନ କରିବା ସହ ଖୁବଶୀଘ୍ର କ୍ଷତିପୂରଣ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମୋଟୁ ତହସିଲ ଅଧୀନରେ ରହିଥିବା ବହୁ ଗ୍ରାମକୁ ପ୍ରଦୀପ ମାଝି ବୁଲି ଦେଖିବା ପରେ ବନ୍ୟା ଜଳ ସଂପୂର୍ଣ୍ଣ ଅଂଚଳଗୁଡିକୁ କିପରି ଛାରଖାର କରିଦେଇଛି ତାହା ଦେଖି ସେ ଦୁଃଖ ପ୍ରକାଶ କରିଥିଲେ। ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଥିଲେ।

ମାଲକାନଗିରି ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳରେ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଆନ୍ଧ୍ରର କାଲେରୁ ଅଂଚଳରେ ମଧ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବାରେ ହାତଛଡା କରିନାହାନ୍ତି। ଲୋକଙ୍କୁ କିପରି ତୁରନ୍ତ କ୍ଷତିପୂରଣ ମିଳିବ ସେନେଇ ସମସ୍ତ ବ୍ୟବସ୍ଥା ସରକାର କରିବେ ବୋଲି ସେ କହିଥିଲେ। ତେବେ ପୋଲାଭରମକୁ ଟାର୍ଗେଟ କରି ଶ୍ରୀ ମାଝି କହିଥିଲେ ଯେ ଆଗକୁ ଏହାର ସ୍ଥିତି ଆହୁରି ଭୟାନକ ହେବ। ଏହା କେବଳ ସାମ୍ପଲ ମାତ୍ର। ତେବେ କିପରି ଆନ୍ଧ୍ର ସରକାରଙ୍କୁ ଏନେଇ ଅବଗତ କରାଯିବ ସନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!